ମ,ରାମପୁର,୩୦/୧( ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଳକ୍ ଅନ୍ତର୍ଗତ ମ.ରାମପୁର ଠାରେ ଥିବା ଇ/୬୪ ବାଟାଲିୟନ ଓ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଲୁବେନ୍ ଗଡ ଠାରେ ଥିବା ସିଆରପିଏଫ୍ ଜି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି l ମ,ରାମପୁର ଠାରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ, ସମ୍ମାନିତ ଅତିଥି ସୁବେଦାର ମେଜର୍ ଗଣେଶ କୁମାର ସିଂହ,ଓ ଏଲ୍ ଏମ୍ ସଂଯୋଜକ ଦିପ୍ତୀ ରଞ୍ଜନ ନାୟକ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଓ ଲୁବେନ ଗଡ ଠାରେ ଟୁ ଆଇ ସି ପ୍ରଶାନ୍ତ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ଯ ରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଏସି ସୁବାସ କୁମାର,ସରପଞ୍ଚ ରାମା ମାଝୀ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସମସ୍ତ ଯବାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
previous post