ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣାରେ ବୃଦ୍ଧା ମୃତ 

ମୋଟରସାଇକେଲ ଦୁର୍ଘଟଣାରେ ବୃଦ୍ଧା ମୃତ 

ଡାବୁଗାଁ, ୨/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହଳଦିଗୁଡା ଛକରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ :- ଉମରକୋଟ ବ୍ଲକ ଅଧୀନ ଦୁରୁଆଗୁଡା ଗ୍ରାମର ଦୃପୁତା ଭତ୍ରା (୬୦) ଡାବୁଗାଁ ଥାନା ଅଧୀନ ହଳଦୀଗୁଡା ଗ୍ରାମରେ ଥିବା ଝିଅ ଘରକୁ ବୁଲିବାକୁ ଆସିଥିଲେ | ସୋମବାର ଅପରାହ୍ନ ପ୍ରାୟ ୩ ଘ. ସମୟରେ ନିଜ ଘରକୁ ଯିବା ପାଇଁ ହଳଦିଗୁଡା ଛକରେ ଲକ୍ଷ୍ମୀ ବସଷ୍ଟାଣ୍ଡ ପାଖରେ ବସକୁ ଅପେକ୍ଷା କରିଥିଲେ | ସେହି ସମୟରେ ଲିରାଗୁଡା ଗ୍ରାମର ମଙ୍ଗନାଥ ଭତ୍ରା ନିଜ ମୋଟରସାଇକେଲ ନଂ ଓଆର ୨୪ ଏ ୦୮୬୪ ଯୋଗେ ଦୃତ ଗତିରେ ଆସି ଦୃପୁତା ଭତ୍ରା ଙ୍କୁ ଧକ୍କା ଦେଇଥିଲେ | ଫଳରେ ଦୃପୁତା ତଳେ ପଡି ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୃପୁତା ଭତ୍ରା ମୃତ୍ୟୁ ଘଟିଥିଲା | ଏନେଇ ମୃତକ ଙ୍କ ପୁଅଧନ ଭତ୍ରା ମଙ୍ଗଳବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୩୬/ ୨.୭.୨୪ ଦଫା ୨୮୧/୧୦୬ (୧) ବିଏନଏସ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ଶୀର୍ଷକ – ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ଦାବୀରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବୀପତ୍ର 

Sunil Chandra Nayak

ଶିକ୍ଷା ଉପରେ ପାଲା ମାଧ୍ୟମରେ ସଚେତନତା       

Sunil Chandra Nayak

Leave a Comment

error: Content is protected !!