ସରକାର ବଦଳିଲା ପରେ ଧର୍ମଗଡ କୁ ହେବ କି ଜିଲ୍ଲା ଘୋଷଣା
ପୁଣି ଆନ୍ଦୋଳନ କରିବ ଜିଲ୍ଲା ଘୋଷଣା କ୍ରିୟାନୁଷ୍ଠାନ କମିଟି….
ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ପୁଣି ଥରେ ଉଜ୍ଜିବୀତ ହୋଇଛି। ଜିଲ୍ଲା ଗଠନ ଦାବୀ କ୍ରିୟାନୁଷ୍ଠାନ କମିଟିର ଜଣେ କୋର କମିଟିର ପ୍ରମୁଖ ସଦସ୍ୟ ସୁଧୀର ପାଟ୍ଟଯୋଷୀ ଚଳିତ ନିର୍ବାଚନରେ ବିଧାୟକ ନିର୍ବାଚିତ ହେବା ସହ ଉଭୟ ରାଜ୍ଯ ଓ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ଥିବା ହେତୁ ଧର୍ମଗଡ଼ବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
ଦୀର୍ଘ ଦିନ ହେବ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର୍ ଧରିଛି । ଗତ ୨୦୨୩ ନଭେମ୍ବର ୧୮ ତାରିଖ ଦିନ ଧର୍ମଗଡ଼ ଉପଖଣ୍ଡ ସାମୁହିକ ସଂଘ ଜିଲ୍ଲା ମାନ୍ୟତା ଦାବି ହୋଇଥିବାବେଳେ ୨୦୨୩ ନଭେମ୍ବର ୨୦ ତାରିଖ ଦିନ ଅଞ୍ଚଳର ୩୦ଟି ସ୍ବେଚ୍ଛାସେବୀ ମିଳିତ ସଂଘ ଦାବିକୁ ସମର୍ଥନ ଜଣାଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ତତ୍କାଳୀନ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଧର୍ମଗଡ ଉପଖଣ୍ଡ ଭୌଗଳିକ ସ୍ଥିତି ହେଉ ଅବା ଜନସଂଖ୍ୟା ହେଉ ସବୁ କ୍ଷେତ୍ରରେ ସର୍ବାଗ୍ରେ ରହିଛି । କିନ୍ତୁ ଦୀର୍ଘ ଦିନରୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଙ୍କ ଠାରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ସରକାର ଅଣଦେଖା କରି ଆସୁଛନ୍ତି ବୋଲି ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଶୀ କହିଛନ୍ତି। ଧର୍ମଗଡ କୁ ଜିଲ୍ଲା ଘୋଷଣା ନ ହେଲେ ପୁଣି କମିଟି ଆନ୍ଦୋଳନ କୁ ଓଲ୍ଲେଇ ବ ମଧ୍ୟ ସୂଚନା ଦେଇଛନ୍ତି।
ସୂଚନା ଯେ ଧର୍ମଗଡ ଉପଖଣ୍ଡ କ୍ଷେତ୍ରଫଳ ୩୬୦୮ ବର୍ଗ କିଲୋମିଟର ରହିଥିବ ବେଳେ ୬ଟି ବ୍ଲକ ରେ ୧୪୧ ଟି ପଂଚାୟତ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ମୋଟ ଜନସଂଖ୍ୟା ୭ଲକ୍ଷ ୭୨,୨୭୭ ରୁ ଉର୍ଦ୍ଧ୍ବ ରହିଛି ।ଅନ୍ୟପଟେ ୨୦୧୧ ଜନଗଣନା ଅନୁଯାୟୀ କ୍ଷେତ୍ରଫଳ ପାରିପାର୍ଶ୍ବିକ
ଦୃଷ୍ଟି କୋଣରେ ଜିଲ୍ଲା ମାନ୍ୟତା ପାଇଥିବା ଝାରସୁଗୁଡା କ୍ଷେତ୍ର ଫଳ ୨୧୧୪ଥିବାବେଳେ ୫ଲକ୍ଷ ୭୯ହଜାର ଲୋକ ସଂଖ୍ୟା ରହିଛି।ସେପରି ସୋନପୁର ର କ୍ଷେତ୍ର ଫଳ ୨୨୮୪ ଓ ଜନସଂଖ୍ୟା ୬ଲକ୍ଷ,୧୦ହଜାର ,ଦେବଗଡ଼ ୨୭୮୨କ୍ଷେତ୍ର ଫଳ ଥିବାବେଳେ ଜଣ ସଂଖ୍ୟା୩ଲକ୍ଷ ୧୨ହଜାର,ବୌଦ୍ଧ -୩୦୯୮-ଜନସଂଖ୍ୟା୪ଲକ୍ଷ ୪ହଜାର ଓ ନୂଆପଡା କ୍ଷେତ୍ରଫଳ ୩୪୦୮ ଥିବାବେଳେ ୬ଲକ୍ଷ ୬ହଜାର ଜନସଂଖ୍ୟା ରହିଛି।ତେବେ ତୁଳନାତ୍ମକ ଦୃଷ୍ଟିରୁ ଧର୍ମଗଡ ଉପଖଣ୍ଡ ସବୁଠାରୁ ଆଗୁଆ ରହିଛି ଏବଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକୀୟ ସମସ୍ତ ମାନକ ପୂରଣ କରୁଛି । କିନ୍ତୁ ସରକାର ଙ୍କ ଅବହେଳା ଓ ବେମାତୃକ ମନୋଭାବ ଯୋଗୁଁ ଧର୍ମଗଡ ଜିଲ୍ଲା ମାନ୍ୟତା ପାଇବାରେ ବଞ୍ଚିତ ହୋଇ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟ ଅମଳରୁ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହେଇ ଆସୁଛି ।ତେବେ ଜିଲ୍ଲା ସମ୍ପ୍ରସାରଣ ବେଳକୁ ଧର୍ମଗଡ଼ ପ୍ରତି ଅନ୍ୟାୟ ହୋଇଥିବା ସାମୁହିକ ସଂଘ ଅଭିଯୋଗ କରିଛି । ବିଗତ ଦିନମାନଙ୍କରେ ଏହି ଦାବି ନେଇ ସମଗ୍ର ଉପଖଣ୍ଡ ବନ୍ଦ ପାଳନ ସହ ଲଗାତାର ୪୫ ଦିନ ଗଣଧାରଣା ଦିଆଯାଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଜିଲ୍ଲା ଗଠନ ଦାବୀ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ କର୍ମୀ ବିଧାୟକ ନିର୍ବାଚିତ ହୋଇଛନ୍ତି। ଯାହାଙ୍କ ଶାସନକଳ ଚାଲିଛି। ମୋହନ ସରକାର ଲୋକଙ୍କ ସରକାର ବୋଲି ଶାସକଦଳ କହୁଥିବା ବେଳେ ଶାସନକଳକୁ ଦୁଆର ମୁହଁରେ ପହଞ୍ଚାଇବାକୁ ସରକାର ଜିଲ୍ଲା ଗଠନ ଦାବୀ ପ୍ରତି ସମ୍ବେଦନଶୀଳ ହେବା ସହ ବିଧାୟକ ଶ୍ରୀ ପାଟ୍ଟଯୋଷୀ ଏହାକୁ ତ୍ଵରାନିତ କରିବେ ବୋଲି ଧର୍ମଗଡ଼ବାସୀ ଆଶା ପୋଷଣ କରିଛନ୍ତି। ତେବେ ଏନେଇ ଧର୍ମଗତ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କୁ ପଚାରିବାରୁ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ଏବଂ ଯାହା ସମ୍ଭବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ଅନୁରୋଧ କରିବା ସହ ସର୍ବୋପରି ଅଞ୍ଚଳବାସୀ ଯାହା ନିର୍ଦ୍ଦେଶ ଦେବେ ତଦନୁଯାୟୀ ସେ କାର୍ଯ୍ଯ କରିବେ ବୋଲି କହିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….


