ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ଅପରେସନ ସିନ୍ଦୁର”ରେ ଭାରତୀୟ ସେନାବାହିନୀର ସୋର୍ଯ୍ୟ,ବିରତ୍ୱ ଓ ପରାକ୍ରମକୁ ସମ୍ମାନ ଏବଂ ଉତ୍ସାହିତ କରିବା ପାଇଁ କୋକସରା ବ୍ଲକ ମୋଟେର ଠାରୁ ଆମପାଣି ପର୍ଯ୍ୟନ୍ତ ବାଇକ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୋଟେର ମୋଟ୍ରାଣି ମନ୍ଦିର ରେ ପୂଜାର୍ଚ୍ଚନା ପରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଭାରତ ଦେଶ ର ଗୌରବମୟ ଇତିହାସ ଓ ଭାରତୀୟ ସେନାବାହିନୀ ର ବିରତ୍ୱ କୁ ସମ୍ମାନ ଜଣାଇ ଏହି ଶୋଭାଯାତ୍ରାରେ ବାହାରି ମୋଟେର, କୋକସରା, କାଉଡୋଳା, ଲଡୁଗାଁ,ମହାଜନଗୁଡା ଓ ଆମପାଣି ରେ ପହଞ୍ଚି ପଥପ୍ରାନ୍ତ ସଭା ରେ ଏହି ତ୍ରିରଙ୍ଗା ଯାତ୍ରା ର ଉଦ୍ଦେଶ୍ୟ ଓ ଅପରେସନ ସିନ୍ଦୁର ରେ ଭାରତୀୟ ଯବାନ ଙ୍କ ପରାକାଷ୍ଠା କୁ ସୁଦୃଢ କରିବା ଓ ସେମାନଙ୍କ ମନୋବଳ କୁ ବଢ଼ାଇବା ପାଇଁ ସମସ୍ତ ଦେଶବାସୀ ଆଗେଇ ଆସନ୍ତୁ ଓ ଜଣେ ଜଣେ ସଚେତନ ଭାରତୀୟ ନାଗରିକ ହୋଇ କେନ୍ଦ୍ର ମୋଦି ସରକାର ଙ୍କୁ ସମର୍ଥନ କରି ଦେଶ ରୁ ଆତଙ୍କବାଦ କୁ ମୂଳୋତ୍ପାଟନ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତ୍ରିନାଥ ଶବର, ମନୋଜ ନାଏକ, ଯୁବନେତା ହିମାଂଶୁ ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ସାଂସଦ ପ୍ରତିନିଧି ପ୍ରମୋଦ ପ୍ରଧାନୀ, ଅନନ୍ତ କୁମାର ପାଟ୍ଟଯୋଶୀ, ସୁଶିଲ ପାଢ଼ୀ, ତ୍ରିଲୋକ୍ୟ ବେଶ୍ରା,ପଞ୍ଚାନନ ବେଶ୍ରା, ଶାରଳା ପ୍ରଧାନୀ, ନରେଶ ଗୁପ୍ତା, ଚକ୍ରଧର ବେଶ୍ରା, ମହିଳା ନେତ୍ରୀ କୁନ୍ତୀ ପାଳ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ ପାଇଲେ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ

Sunil Chandra Nayak

St. Xavier’s Public School ର ନୂତନ ଶିଶୁ ଛାତ୍ରଛାତ୍ରୀ ଙ୍କ ସହ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

Leave a Comment

error: Content is protected !!