ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ ଜୟନ୍ତୀ ବାଗ

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ ଜୟନ୍ତୀ ବାଗ

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜ୍ୟ ରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାର କୁ ରୋଜଗାର ଯୋଗାଉଥିବା ବେଳେ ପ୍ରତି ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବେଳେ ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତ ର ମହିଳା ସରପଞ୍ଚ ମନରେଗା ଯୋଜନାରେ ମାଟି କାମ କରୁଥିବା ଶ୍ରମିକଙ୍କ ସହ ମିଶି ମାଟି ବୋହି ଏକ ନିଆଁରା ଉଦାହରଣ ସୃଷ୍ଟି କରିଛନ୍ତି। ଜୟନ୍ତପୁର ପଞ୍ଚାୟତ ର ଖଲିଆକଟା ବନ୍ଧ ମାଟିକାମ ବର୍ତ୍ତମାନ ମନରେଗା ଯୋଜନା ରେ ଚାଲୁଅଛି। ମଙ୍ଗଳବାର ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ବନ୍ଧ କାର୍ଯ୍ୟ ନିକଟରେ ପହଞ୍ଚି ଶ୍ରମିକ ପରିବାର ସହ ମିଶି ମାଟି ବୋହି ଶ୍ରମିକ ଙ୍କୁ ଉତ୍ସାହିତ କରିବା ସହ ସରପଞ୍ଚ ହେଲେ ବି ବି ଜଣେ ମଣିଷ, ଶ୍ରମିକ ମାନେ ହେଉଛନ୍ତି ଆମ ପଞ୍ଚାୟତ ର ମେରୁଦଣ୍ଡ ସେମାନଙ୍କ ବିନା କୌଣସି ଉନ୍ନୟନ କାର୍ଯ୍ୟ ର ପରିକଳ୍ପନା ଅସମ୍ଭବ ବୋଳି କହିଛନ୍ତି। ଆଜି ଶ୍ରମିକ ଙ୍କ ସହ ମିଶି ମାଟି ବୋହି ନିଜକୁ ନିଜେ ବହୁତ ଖୁସି ଅନୁଭବ କରିବା ସହ ଆମେ ସମସ୍ତେ ସମାନ ବୋଲି କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେନ୍ତୁଳିପଡାକୁ ସବୁଦିନିଆ ରାସ୍ତା ନିର୍ମାଣ କେବେ? ୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ , ବର୍ଷା ଦିନେ ଅଧାବାଟରେ ଅଟକୁଛି ଯାନବାହନ, ଅପହଞ୍ଚ ଆମ୍ବୁଲାନ୍ସ

Sunil Chandra Nayak

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

masiha

Leave a Comment

error: Content is protected !!