ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ଅକ୍ଷୟ ନେଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ଅକ୍ଷୟ ନେଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା,୨/୭: ସ୍ଥାନୀୟ ସହର ଉଚ୍ଚ ବିଦ୍ୟାଳୟଠାରେ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଏବଂ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ନେଗୀଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋରେଖ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା, କୁଟ୍ରୁଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ମୁଣ୍ଡ ତଥା ଅବସର ନେବାକୁ ଯାଉଥିବା ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଏବଂ ଶିକ୍ଷକ ଅକ୍ଷୟ ନେଗୀ ମଞ୍ଚାସୀନ ଥିଲେ। ପ୍ରକାଶ ଯୋଗ୍ୟ ଯେ ୩୫ବର୍ଷ ଧରି ଶିକ୍ଷକ ଶ୍ରୀ ନେଗୀ ଏହି ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଛାତ୍ରଛାତ୍ରୀ ତଥା ସହକର୍ମୀଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ସେହିପରି ଶ୍ରୀମତୀ ପଟ୍ଟନାୟକ କଳାହାଣ୍ଡିର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ଜଣେ ସ୍ନେହୀ ଓ ସମୟାନୁବର୍ତ୍ତି ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀ ସରିତାରାଣୀ ରଥ ସଭା ପରିଚାଳନା କରିଥିବାବେଳେ ଧନ୍ୟବାଦ୍ ଦେଇଥିଲେ ଶିକ୍ଷୟିତ୍ରୀ ସ୍ଵପ୍ନା ପ୍ରଧାନ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲଳିତା ନାୟକ, ପୁଷ୍ପାଞ୍ଜଳୀ ରଥ, ସ୍ବାଗତ ମହାରଣା, ସୁଦେଷ୍ଣା ନାୟକ, କ୍ରିଷ୍ଣା କବିତା ପୁଝାରୀ, ଭବାନୀ ଶଙ୍କର ବିଭାର, ପିଙ୍କି ସାସମଲ୍, ଜ୍ୟୋତିରାଣୀ ଠାକୁର, ସ୍ଵର୍ଣ୍ଣରେଖା ଜେଠି, ସତ୍ୟବତୀ ପଟେଲ, ବିଳାସିନୀ ବେହେରା, ଜୟନ୍ତୀ ଶବର, ମମତା ଶବର, ସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ହେମାଦ୍ରି ଧରୁଆ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

masiha

ସନ୍ୟାସୀ କୁଣ୍ଡାମାଲ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ରେ ପ୍ରଶାସନ ର ଅଜବ ନୀତି ଦେଖିବାକୁ ମିଳୁଛି

masiha

Leave a Comment

error: Content is protected !!