ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରାଡବରା ପଞ୍ଚାୟତରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି 

ଯୋରାଡବରା ପଞ୍ଚାୟତରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି 

ଯୋରାଡବରା ତା.୦୨.୧୦.୨୦୨୬ (ରମେଶ ଚନ୍ଦ୍ର ପୁଟେଲ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ ଯୋରାଡବରା ପଞ୍ଚାୟତ ଭବନଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଯାଇଛି । ଯୋରାଡବରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଖିତିସୂତା ସାହୁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପିଇଓ ଶ୍ରୀ ଚନ୍ଦ୍ରକାନ୍ତ ଭୋଇ କାର୍ଯ୍ୟ ପରିଚାଳନା କରିଥିଲେ । ପଞ୍ଚାୟତର ସଦସ୍ୟ ଓ ଏଡିଓ ଗାଁସାଥି, ଆଶାକର୍ମୀ ଅଙ୍ଗନୱାଡି କର୍ମୀ ଆରଆଇ, ସିଆରସିସି ଏସଏଚଜି ମହିଳା ତଥା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତିରେ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କ ଫଟୋଚିତ୍ର ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏହି କ୍ରମରେ ସମସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଗ୍ରାମସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ରମେଶ ଚନ୍ଦ୍ର ପୁଟେଲଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

Sunil Chandra Nayak

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Leave a Comment

error: Content is protected !!