ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ 

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ 

ରାଉରକେଲା: ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାର ର ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବାନ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ସ୍ୱର୍ଗତ ପ୍ରଣବ ପଟ୍ଟନାୟକ କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l 

କାର୍ଯ୍ୟକ୍ରମରେ ମା ଙ୍କ ବନ୍ଦନା ଓ ପ୍ରଣବ ପଟ୍ଟନାୟକ ଙ୍କ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା। ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗ ର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ l ମନୋଜ ଶାହା କୁ ତାଙ୍କର ଅବସର ପରେ ନୂତନ ଯାତ୍ରା ର ଜୀବନ ପାଇଁ ସମ୍ମାନିତ ଓ ଶୁଭେଛା ଦିଆଯାଇଥିଲା l ପରେ ଅନୁଷ୍ଠାନ ରଶ୍ରାବଣୀ ମହାନ୍ତି, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ୍ ଶାହା, ଜଗନ୍ନାଥ ସାହୁ,ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମିଶ୍ର,ବିମଳ ସାହୁ,,ଲୀନା ସେନାପତି, , ନିବେଦିତା ବେହେରା ପ୍ରମୁଖ ସୁନ୍ଦର୍ ସୁନ୍ଦର୍ ଗୀତ ପରିବେଷଣ କରିଥିଲେ। ସେୟାର ର ପରାମର୍ଶଦାତା ସୁରେଶ ରାଉତରାୟ ଓ ଗୌତମ ଦାସ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସlହିତ କରିଥିଲାବେଳେ ବିମଳ କୁମାର ସାହୁ ଦିଗଦର୍ଶନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଇତି ପଟ୍ଟନାୟକ ଓ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

Sunil Chandra Nayak

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

Sunil Chandra Nayak

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!