ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ 

ବ୍ରହ୍ମପୁର, ତା ୦୫/୦୪ ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ ରବିବାର ସକାଳ ସମୟରେ କରାଯାଇଥିଲା । ଏହି ଗଣଦୌଡ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍‌କୁ ଫେରିଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବ୍ରହ୍ମପୁର ; ମେୟର, ଡେପୁଟି ମେୟର ବ୍ରହ୍ମପୁର ମହାନଗର ନିଗମ; କମିଶନର; ମହାନଗର ନିଗମ ବ୍ରହ୍ମପୁର, ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଜିଲ୍ଲା କ୍ରୀଡା ଅଧିକାରୀ, ଗଞ୍ଜାମ ଯୋଗଦେଇଥିଲେ।

ଏହି ଗଣଦୌଡରେ ପ୍ରାୟ ୫୦୦ରୁ ଅଧିକ ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆଜିର ଏହି ଗଣ ଦୌଡ଼ ଅତ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ସମାପନ ହୋଇଥିଲା। 

କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Related posts

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ ଚତୁର୍ଥ ଦିନରେ ସମର୍ଥନ ଦେଇ ଧାରଣା ରେ ବସିଲେ ବିବେକ ସେନା ର ରାଷ୍ଟୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ

Sunil Chandra Nayak

ଅଗ୍ନିକାଣ୍ଡ ରେ ୪ ଗୋରୁ ଜୀବନ୍ତ ଦଗ୍ଧ

Sunil Chandra Nayak

ଶତାୟୁ ବି. ବି. ହାଇସ୍କୁଲ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ଛାତ୍ରୀ ଛାତ୍ର ରୋଟାରୀ କ୍ଲବ୍ ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!