ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ଗୃହ ଭଡ଼ା ବୃଦ୍ଧି ର ପୁନର୍ବିଚାର ପାଇଁ ବ୍ୟବସାୟୀଙ୍କ ଦାବୀ…. 

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି କୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି ବ୍ୟବସାୟୀ ମାନେ ଧର୍ମଗଡ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ଦୋକାନ ଗୃହ ଭଡ଼ା ବୃଦ୍ଧି ର ପୁନର୍ବିଚାର ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ,ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଛୋଟ ବଡ଼ ମିଶି ପ୍ରାୟ ୧୦୦ ଗୋଟି ଦୋକାନ ଗୃହ ରହିଛି। ଧର୍ମଗଡ ଗ୍ରାମ ପଞ୍ଚାୟତ ଥିବା ସମୟରୁ ହିଁ ବ୍ୟବସାୟୀ ମାନେ ଭଡ଼ା ଦେଇ ସହରରେ ବ୍ୟବସାୟ କରି ଆସୁଥିଲେ। କିନ୍ତୁ ଦୋକାନ ଗୃହ ଭଡ଼ା ହଠାତ୍ ଦୁଇ ହଜାର ଟଙ୍କା କୁ ବୃଦ୍ଧି କରାଯିବାର ନୋଟିସ ଉପଜିଲ୍ଲାପାଳ ତଥା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପତ୍ର ସଂଖ୍ୟା ୫୭୬/୨୮.୪.୨୦୨୩ଯୋଗେ ବ୍ୟବସାୟୀ ମାନଙ୍କୁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚିଠି ଦିଆ ଯାଇଥିଲା। ଦୋକାନ ଗୃହର ହଠାତ୍ ଦର ବୃଦ୍ଧିକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂପ୍ରତି କରୋନା ତଥା ଅନ୍ ଲାଇନ୍ ବ୍ୟବସାୟ ଯୋଗୁଁ ବ୍ୟବସାୟୀ ମାନେ ଅକଥନୀୟ କ୍ଷତି ର ସମ୍ମୁଖୀନ ହେଉଥିବା ବେଳେ ଦୋକାନ ଗୃହ ଭଡ଼ା ଦର ବୃଦ୍ଧି ବେଢ଼ି ଉପରେ କରୋଡା ମାଡ ସଦୃଶ ହୋଇଛି। ଏଣୁ ଆଗାମୀ କାଉନସିଲ ବୈଠକ ରେ ଏହାର ପୁନର୍ବିଚାର କରିବା ପାଇଁ ବ୍ୟବସାୟୀ ମାନେ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କୁ ଦାବୀ ପତ୍ର ଦେଇ ଥିଲେ ଓ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଆକାଉଟାଣ୍ଟଙ୍କୁ ମଧ୍ୟ ଦାବୀ ପତ୍ର ଦିଆ ଯାଇଥିଲା।

ବ୍ୟବସାୟୀ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ କାଉନସିଲ ବୈଠକ ରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।

ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ କାଉନସିଲର ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବ୍ୟବସାୟୀଙ୍କ ସ୍ବାର୍ଥ କୁ ଦୃଷ୍ଟି ଦିଆ ଯିବ ବୋଲି ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରକାଶ କରିଥିଲେ।

ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ବ୍ୟବସାୟୀ ମାନେ ଧର୍ମଗଡ ଚେମ୍ବର୍ ଅଫ କମର୍ସ କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଧୁବାବୁ ମଣ୍ଡଳରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧିମାରେ ଚାଲିଛି ପାନୀୟଜଳ ମେଘା ପ୍ରଜେଟ୍

masiha

କର୍ଲାମୁଣ୍ଡା: ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!