ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

 ମୟୂରଭଞ୍ଜ- ୨୮/୦୩ ( ମସିହା)ଦିନକୁ ଦିନ ତାତି ବଢିଲାଣି ।ତାତି ବଢିଆ ସହ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଂକଟ ଦେଖାଦେଇଛି । ସରକାର ହର ଘର ପିଇବା ପାଣି ବ୍ୟବସ୍ଥା କରୁଥିବାବେଳେ ଵିଜାତଳା ବ୍ଳକର‌ ଵିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମରୃ ଆଜିଯାଏଁ ସ୍ଥାୟୀ ଜଳ ସମସ୍ୟା କରାଯାଇ ପାରି ନାହିଁ ‌।ଦୀପ ତଳ ଅନ୍ଧାର ଭଳି ବ୍ଳକ୍ ସଦର ମହକୁମା ପଞ୍ଚାୟତରେ ଜଳ ସଙ୍କଟ ଦେଖା ଦେଇଛି ।ଏହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ଗାଁ ରେ ଥିବା ଅଧିକାଂଶ ନଳକୂପ ଅଚଳ ।ଗ୍ରାମ ପୋଖରୀ ଶୁଖିବାକୁ ବସିଲାଣି ।ଲୋକେ ଶୌଚ,ଗାଧୋଇବା,ଲୁଗା କିଣିବା, ଗୋରୁଗାଈ ଙ୍କୁ ଧୋଇବା କାମ କରିବାରେ ଅସୁବିଧାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଗ୍ରାମକୁ ଯାଇ ପିଇବା ପାଣି ଆଣୁଛନ୍ତି ।ବ୍ଳକ ପ୍ରଶାସନ କୁ ଜଣାଇଲେ ମଧ୍ୟ ସୁଫଳ ପାଇଁ ପାରୁ ନାହାଁନ୍ତି ।ବାଧ୍ୟ ହୋଇ ଆଜି ଖଡିଆଶୋଳ ଗ୍ରାମବାସୀ ରାଇରଙ୍ଗପୁରରେ ବାମନଘାଟୀ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ଜଳ ସମସ୍ୟା ସମାଧାନ ପାଇଁ ଗୁହାରି କରିବା ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଯଦି ପ୍ରଶାସନ ଏହାର ସମାଧାନ ନ କରନ୍ତି ଆଗାମୀ ଦିନରେ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବେ ଯେଉଁଥିପାଇଁ ପ୍ରଶାସନ ଦାୟୀ ରହିବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

Sunil Chandra Nayak

ଶାରଳା ପରିବାରର ସାଧାରଣ ପରିଷଦ ବୈଠକ

masiha

Leave a Comment

error: Content is protected !!