ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଢେଙ୍କାନାଳ : ତା.୨୦.୦୫.୨୦୨୫ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷାରୁ ବିଗତ ୬ବର୍ଷ ଧରି ଜିଲ୍ଲାର ବିଭିନ୍ନ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ,ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନଗୁଡିକରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥାଏ।ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉପଲକ୍ଷେ ସ୍ଥାନୀୟ ଆର୍.ଟି.ଓ ଅଫିସ୍ ନିକଟସ୍ଥ ପୌରପାଳିକା ଅଡିଟୋରିୟମ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଉତ୍ସବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥିଭାବେ ଯୋଗଦେଇ ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଯେଉଁ ଛାତ୍ରଛାତ୍ରୀମାନେ ନିଜର ପ୍ରଗାଢ ଉଦ୍ୟମ ଏବଂ ଇଚ୍ଛାଶକ୍ତି ବଳରେ ସଫଳତା ପାଇଛନ୍ତି,ସେମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆନନ୍ଦପ୍ରକଟ କରିଥିଲେ। ଆଗକୁ ଛାତ୍ରଛାତ୍ରୀମାନେ ଆହୁରି ଉନ୍ନତଧରଣ ଶିକ୍ଷାଲାଭ କରି ସମାଜର ମୁଖ୍ୟ ସ୍ରୋତରେ ଗୋଟିଏ ଲେଖାଏଁ ମାଇଲ୍ ଖୁଂଟ ଭଳି ଠିଆ ହୋଇ ଆଗାମୀ ପୀଢିଙ୍କ ପାଇଁ ଏକ ଉଦାହରଣ ହୋଇ ରହିବେ ଏବଂ ସେମାନେ ଦେଶମାତୃକା ପାଇଁ ସେବା କରି ନିଜର ଉଜ୍ୱଳ ଭବିଷ୍ୟତ ଗଢି ପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଅତିଥିଭାବେ ଶିଳ୍ପପତି ତଥା ସମାଜସେବୀ ଗଙ୍ଗାଧର ସାମଲ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରତ୍ୟେକ ପରୀକ୍ଷାର କୃତିତ୍ୱ ହାସଲ କରିବା ଦରକାର। ମାଟ୍ରିକ୍ ପରୀକ୍ଷାରେ ଯେପରି ଏ-୧ରେ ପାସ୍ କରି କୃତିତ୍ୱ ହାସଲ କରିଛନ୍ତି,ଠିକ୍ ସେହିପରି ମହାବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ +୨ ଓ +୩ ପରେ ଆଗକୁ ଥିବା ଶିକ୍ଷା ଗୁଡିକୁ ମଧ୍ୟ କୃତିତ୍ୱ ହାସଲ କରିବା ଦରକାର।ଏହାଦ୍ୱାରା ସମାଜ ପାଇଁ ସେମାନେ ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିବାର ପ୍ରୟାସ ରଖିପାରିବେ ବୋଲି କହିଥିଲେ।ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉଦ୍ ବୋଧନ ଦେଇ କହିଥିଲେ,ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜରେ ଜଣେ ଭଲ ମଣିଷ ହେବା ପାଇଁ ନିଜ ଭିତରେ ପ୍ରଗାଢ ଆତ୍ମବିଶ୍ୱାସ,ଏକାଗ୍ରତା ଏବଂ ସାମାଜିକ ସଂସ୍କାର ରଖିବା ଦରକାର ।ଏଥି ନିମନ୍ତେ ପିତାମାତାମାନେ ଯେଉଁ କଷ୍ଟ ସହି ନିଜ ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଆଶା ରଖିଥାନ୍ତି,ତାହାହିଁ ପୂରଣ ହୋଇଥାଏ ଏବଂ ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏହା ଗର୍ବ ଓ ଗୌରବ ଆଣିଥାଏ। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ଜୀବନର ଲକ୍ଷ୍ୟକୁ ପ୍ରାଧାନ୍ୟ ଦେବା ନିତ୍ୟାନ୍ତ ଆବଶ୍ୟକ । ମୁଖ୍ୟବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠର ପଣ୍ଡିତ ମାତୃ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ପ୍ରଥମେ ପିତାମାତାଙ୍କୁ ପ୍ରଥମ ଗୁରୁ,ପରେ ବିଦ୍ୟା ଗୁରୁ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଜଣାଇ ସଂସ୍କାର ଓ ସୃଜନଶୀଳତା ଗୁଣକୁ ଆପଣାଇଲେ ପ୍ରତ୍ୟେକ ଉଚ୍ଚାକାଂକ୍ଷାଗୁଡିକ ପୂରଣ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ। କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ଅନୁଷ୍ଠାନର ଉପସଭାପତି କୋଦଣ୍ଡଧର ସାହୁ ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ କଲେ ଆଗକୁ ଏଭଳି ଅନେକ କ୍ଷେତ୍ରରେ ସମ୍ମାନିତ ହୋଇପାରିବା ସହିତ ଅଧିକ ଅଧ୍ୟୟନ କରି ସଫଳତାର ଶୀର୍ଷରେ ପହଁଚିପାରିବେ,ଯାହାକି ଅଭିଭାବକ ତଥା ଗୁରୁଜନମାନଙ୍କ ସମ୍ମାନ ବଢାଇଥାଏ ବୋଲି ବକ୍ତବ୍ୟ ରଖିଥିଲେ।ଅନ୍ୟତମ ଅତିଥିଭାବେ ଭୂବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ,କାମାକ୍ଷାନଗର ଏନ୍.ଏ.ସି. ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ଭୁବନ ଏନ୍.ଏ.ସି. ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, ଜିଲ୍ଲାପରିଷଦ ସଭ୍ୟା ମମତାଞ୍ଜଳି ବେହେରା ପ୍ରମୁଖ ମଂଚାସୀନ ହୋଇ ଛାତ୍ରଛାତ୍ରୀଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଅନୁଷ୍ଠାନର ସଂପାଦକ ତଥା ଭୁବନ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅନୁଷ୍ଠାନର ବିବରଣୀ ପାଠ କରିଥିବାବେଳେ କଙ୍କଡାହାଡ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଚନ୍ଦନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ସଦାନନ୍ଦ ସେଠୀ,ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତାପ ଦାସ,ଶିକ୍ଷାବିତ୍ ସୁଧାଂଶୁ ରାଉତ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସେୟାର୍ ଅନୁଷ୍ଠାନର ନିର୍ଦ୍ଦେଶକ ଲିଆକତ୍ ଅଲ୍ଲି ଖାଁ,ସଦାଶିବ ମହାପାତ୍ର,ଜିତେନ୍ଦ୍ର ପଟ୍ଟନାୟକ,ଶ୍ୟାମସୁନ୍ଦର ସାହୁ,ଭୁବନର ଦେବାନନ୍ଦ ସାହୁ ଓ ସୁଶାନ୍ତ ପୋଥାଳ,ପ୍ରଶାନ୍ତ ସାହୁ,ଦୁଷ୍ମନ୍ତ ମହାନ୍ତି,ଅମରେଶ୍ ଜେନା,ଶେଖର ସେଠୀଙ୍କ ସମେତ ପ୍ରମୁଖ ସଦସ୍ୟଗଣ ଉପସ୍ଥିତ ରହି,ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବେଦାନ୍ତ ଲିମିଟେଡ୍ ତରଫରୁ ଜଗନ୍ନାଥପୁରଠାରେ ବିଶ୍ବ ଜଳ ଦିବସ ପାଳିତ

Sunil Chandra Nayak

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!