ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ବସ୍ତି ଅଭିଯାନ

ସମାଜସେବୀ ଙ୍କ ବସ୍ତି ଅଭିଯାନ 

ରାଉରକେଲା/ ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ହାତିବନ୍ଧା ପଞ୍ଚାୟତ ର ଉପରବାଲିଯୋଡି ଅଞ୍ଚଳ ବୁଲିବା ସମୟରେ ପୁନର୍ବାର ଏକ ଅସହାୟ ପରିବାର କୁ ଭେଟିଥିଲେ। ଏହି ପରିବାର ମୁଖ୍ୟ ଗୁଲବଦନ କିସାନ ଯିଏକି ନିଜ ଜୀବନ ଜୀବିକା ରେ ଏକ କ୍ଷୁଦ୍ର ବ୍ୟବସାୟୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ ଦୀର୍ଘ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡିରହିଛନ୍ତି। ନା ଅଛନ୍ତି ପୁଅ ନା ଅଛନ୍ତି ଝିଅ। ବୁଢା ବୁଢ଼ୀ ଦୁଇ ଜଣ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ରହିବା ର ସ୍ଥିତି ମଧ୍ୟ ବହୁତ ଶୋଚନୀୟ । ନା ଅଛି ଚାଳ ଘର ନା ଅଛି ଖପରା ଘର । ଜରି ଟାଣି ଜୀବନ କୁ ବାଜି ଲଗାଇ ଜୀବନ ଜାପାନ କରୁଛନ୍ତି । ଏପରି ପରିସ୍ଥିତି ରେ ପୂର୍ବରୁ ଶ୍ରୀ ସେଠୀ ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ ରେ ଭେଟି ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ କିଛି ଅର୍ଥ ପାଣ୍ଠି ସରକାର ଙ୍କ ସହାୟତାରେ ସାହାଯ୍ୟ ସହଯୋଗ ମଧ୍ୟ କରିଥିଲେ। କିନ୍ତୁ ଆଜି ଲାଠିକଟା ବ୍ଲକ ର ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଏହି ଗରିବ ଲୋକଟି ର ବାବଦରେ ସବିଶେଷ ତଥ୍ୟ ଦେବା ସହିତ କିପରି ଏକ ବିଜୁ ପକ୍କା ଘର ପାଇପାରିବ ଏବଂ କିପରି ଅସହାୟ ପରିବାର ଟି ଅସୁବିଧା ରୁ ଉଦ୍ଧାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

masiha

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

Leave a Comment

error: Content is protected !!