ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୩/୦୯/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ପାତ୍ରପୁଟ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ବ୍ରଜ ବଲ୍ଲଭ ବ୍ରହ୍ମା ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମଟି ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ବିଷୋୟୀ,ଡ଼ି ଏସ ଏସ ଓ ହିମାଂଶୁ ଶେଖର ପାତ୍ର, WEO ଜଗମୋହନ ମାଝୀ, ବିଦ୍ୟାଳୟ ସଭାପତି ଲକ୍ଷଣ ମାଝୀ ମଞ୍ଚାସୀନ ଥିଲେ।  ଉପସ୍ଥିତ ଥିବା କମିଟିର ସଦସ୍ୟ  ସହ ଅଭିଭାବକ ଛାତ୍ରଛାତ୍ରୀ ଙ୍କ ପିତାମାତା ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଦୀପପ୍ରଜ୍ଵଳନ କରି ଉଦଘାଟନ ହୋଇ ଥିଲା। ଉଦଘାଟନ ସରିବା ପାରେ ବିଧାୟକ ସଦାଶିବ ପ୍ରଧାନୀ,ପାତ୍ର ପୁଟ ସରପଞ୍ଚ ଶିବାନନ୍ଦ ପ୍ରଧାନୀ,ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ଅଭିଭାବକ ଙ୍କ ସହ ଷ୍ଟଲ ବୁଲିବା ସହ ଯୋଜନା ଗୁଡିକ ବିଷୟରେ ବୁଝାଇ ଥିଲେ । ସବୁଠାରୁ କୃଷି ବିଭାଗ ର ଷ୍ଟଲ ରେ ଭିଡ଼ ଦେଖିବାକୁ ମିଳିଥିଲା ଏଥିରେ  କୃଷି ଓଭରସିୟର  ଧୀରେନ କୁମାର ବେନ୍ୟଆ, ହରି ଶଙ୍କର ତ୍ରିପାଠୀ ବାଳଗୋବିନ୍ଦ ସାହୁ ଉପସ୍ଥିତ ରହି ବୁଝାଉଥିବା ପରଦୃଶ୍ୟ ହୋଇଥିଲା। ସରକାର ଙ୍କ ବିଭିନ୍ନ ଯୋଜନାମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରେ କିଭଳି ଭଲ ଖାଇବା ପିନ୍ଧିବା ସହିତ ଉଚ୍ଚ ମାନର ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସେନେଇ ମଞ୍ଚାସୀନ ଅତିଥିମାନେ ବୁଝାଇଥିଲେ । ଅଭିିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ କି ସେମାନେ ନିଜ ପିଲାମାନଙ୍କୁ ନିୟମିତ ସ୍କୁଲକୁ ପଠାଇବା ପାଇଁ ଯତ୍ନବାନ ହେବେ । ସରକାର ଆଦିବାସୀ ହରିଜନ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ା ପାଇଁ ଅନେକ ସୁବିଧା କରିଛନ୍ତି ଏହାର ସୁଯୋଗ ନେବା ପାଇଁ ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଭିନ୍ନ  ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ  କୁଇଜ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସମ୍ମନ୍ନିତ ଶିଶୁ ବିକାଶ ବିଭାଗ, ବ୍ଲକର ମନରେଗା ବିଭାଗ, ମିଶନ ଶକ୍ତି, ଆଇଟିଡିଏ ପକ୍ଷରୁ ଷ୍ଟଲ ନିର୍ମାଣ କରାଯାଇ ବିଭାଗୀୟ ବିଭିନ୍ନ ସୂଚନା ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କୁ ସୂଚିତ କରଯାଇଥି। ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ,ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିଲା। ଏହି ବିଦ୍ୟାଳୟ ର ଶିକ୍ଷକ ବିନୋଦ କୁମାର ତୋରାଶିଆ ମଞ୍ଚ ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

masiha

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!