ଡାବୁଗାଁ, ୨୨/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ନେଇ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଏକ ଶୋଭାଯାତ୍ରାରେ ବାହାରି ତମାଖୁ ମୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ | ପରେ ବିଦ୍ୟାଳୟରେ ସଭା କରାଯାଇଥିଲା | ଏଥିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଞ୍ଚଳିକ ପରାମର୍ଶଦାତା ସୁଶୀଲ ମନୋଜ କର୍କରା ଯୋଗ ଦେଇ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ କହିବା ସହ ତମାଖୁ ୨ ପ୍ରକାର ଯଥା:- ଧୂମକାରୀ ତମାଖୁ ଓ ଧୂମହୀନ ତମାଖୁ, ତମାଖୁର କ୍ଷତିକାର ଉପାଦାନ, ତମାଖୁ ସେବନର କୁ ପ୍ରଭାବ ଓ ୨୦୦୩ କୋଟପା ଅଧିନିୟମ ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସଡର ଶିକ୍ଷୟତ୍ରୀ ସବିତା ଦାଶ ଓ ଶର୍ମିଳା ଜେନା, ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରୀ ମାନସୀ ମହାନ୍ତି, ପୁଷ୍ପଲତା ସାମଲ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ରାମକାନ୍ତ ସାହୁ ଭକଚନ୍ଦ ମାଝି, ଗୋବିନ୍ଦ ଭତରା ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |
previous post
next post