ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା
ଆସିକା, ୭/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଡାକିବଜା ସ୍ଥିତ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୀମାଞ୍ଚଳ ଗୌଡ ଙ୍କ ପୌରୋହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏ ବି ଇ ଓ ବିଭୂତି ଭୂଷଣ ପାତ୍ର,ବ୍ଲକ କ୍ରୀଡ଼ା ସମ୍ପାଦକ ବିଶ୍ୱ ଜୀବନ ସାହୁ, କ୍ରୀଡ଼ାବିତ ପାଣ୍ଡବ ସ୍ୱାଇଁ, ସାମ୍ବାଦିକ ହୃଦାନନ୍ଦ ଜେନା, ପ୍ରଧାନ ଶିକ୍ଷକ ବିରୂପାକ୍ଷ ପରିଡ଼ା, ଅମୂଲ୍ୟ ଚନ୍ଦ୍ର ମିଶ୍ର, ଦିବାକର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ଶରୀର ପାଇଁ କ୍ରୀଡ଼ାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ରୁଗୁମୁ ଓ ବରଡାବିଲି କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ସମେତ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ, ଯାହାଡା ଉଚ୍ଚ ବିଦ୍ୟାଳୟ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର 14 ରୁ 17 ବର୍ଷ ପର୍ଯ୍ୟନ୍ତ 300 ଛାତ୍ର ଛାତ୍ରୀ ଏହି କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇଥିଲେ। କ୍ରୀଡ଼ା ଶିକ୍ଷକ ସଞ୍ଜୟ ଏକ୍କା, ସୁଶାନ୍ତ ପ୍ରଧାନ, ଭାଗିରଥି ବେହେରା, ରାମ ଚନ୍ଦ୍ର ବିଷୋୟୀ, ସତ୍ୟ ନାରାୟଣ ନାୟକ, ମଙ୍ଗୁଳୁ ଜେନା, ହର୍ଷ ବିଷୋୟୀ ଓ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପ୍ରମୁଖ ଆଥଲେଟ ସହ କବାଡି,ଖୋକୋ, ଭଲିବଲ,ଫୁଟ ବଲ,କ୍ରିକେଟ ଖେଳ ପରିଚାଳନା କରିଥିଲେ। ଆଜିର ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରୁ 120 ଜଣ ବ୍ଲକ ସ୍ତରୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଥିଲେ।

