ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡାରେ ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ

ରାୟଗଡା / ୨୦ /୮/୨୩: ରାୟଗଡା ବେଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ – ୨୦୨୩ ଆଜି ଉଦଯାପନୀ ହୋଇଯାଇଛି | ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଜେକେ କାଗଜ କଳର ଲୋକ ସମ୍ପର୍କ ଓ ସିଏସଆର ବିଭାଗ ପ୍ରବନ୍ଧକ ମିଲନ ଲେଙ୍କା, ଉତ୍କଳ ଆଲୁମିନାର ଏଚଆର ବିଭାଗ ପ୍ରବନ୍ଧକ ଶଶାଙ୍କ ହରଲାଲକା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ | ଉଦଯାପନୀ ଦିବସର ଫାଇନାଲ ମ୍ୟାଚରେ ୭ ଟି ବର୍ଗରେ ସିଙ୍ଗଲ ଓ ୫ ଟି ବର୍ଗରେ ଡବଲସ ମ୍ୟାଚ ଅନୁଷ୍ଠିତ ହୋଇଥିଲା | କୃତି ଓ ରନର୍ସ ପ୍ରତିଯୋଗୀଙ୍କୁ ଅତିଥି ମାନେ ସାର୍ଟିଫିକେଟ ସହ ଟ୍ରଫି ପୁରସ୍କାର ବିତରଣ କରିଥିଲେ | ରାୟଗଡା ବେଡମିଣ୍ଟନ ଆସୋସିଏସନ ତରଫରୁ ପୂର୍ବରୁ ତିନୋଟି ଏଭଳି ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିବା ବେଳେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ଚମ୍ପିୟାନସିପ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବ୍ଲକରୁ ୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଶହେରୁ ଉର୍ଦ୍ଧ ବେଡ଼ମିଣ୍ଟନ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ | ବିଶେଷ କରି ଏହି ଚମ୍ପିୟାନସିପରେ ୧୩, ୧୫, ୧୭ ଓ ୧୯ ବର୍ଷ ବୟସ ଭିତରେ ଥିବା ଓ ମାଷ୍ଟର ସିଙ୍ଗଲ ଓ ଡବଲସ ଭଳି ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା | ଏଥିରେ କୃତି ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚାମ୍ପିୟନସିପରେ ଭାଗ ନେବେ ବୋଲି ଆସୋସିଏସନ ସମ୍ପାଦକ ସୁରେଶ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି | ଆଜି ଫାଇନାଲ ମ୍ୟାଚରେ ମୁଖ୍ୟ ରେଫ୍ରି ଭାବେ ଭୈରବ ଜୈନ, ରେଫ୍ରି ଭାବେ ସୁମିତ କୁମାର ପଣ୍ଡା ଉପସ୍ଥିତ ରହିଥିବା ବେଳେ ଆସୋସିଏସନ ଉପଦେଷ୍ଠା ଏଚ. ଏସ. ପାଣ୍ଡ୍ୟାଙ୍କ ତତ୍ୱାବଧାନରେ ସଭ୍ୟ ଲୁଲୁ ପାଢ଼ୀ, ଧର୍ମା ଏବଂ ଅନ୍ୟମାନେ ଚମ୍ପିୟାନସିପ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି ଚମ୍ପିୟାନସିପ ପ୍ରତିଯୋଗିତାକୁ ଆସୋସିଏସନର ସଭାପତି ଏନ. ନାରାୟଣ ରାଓ ଗତ ୧୮ ତାରିଖ ଦିନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏନ୍. ମୋହନ କୁମାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲା ଉଦଘାଟିତ 

masiha

First Indian Female Mudgar Coach Balbvinder Kaur Sahota

Sunil Chandra Nayak

ପ୍ରଥମ ସତ୍ୟବାନ ମେମୋରିଆଲ ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବାଲିପଡା ଚାମ୍ପିଅନ୍ 

masiha

Leave a Comment

error: Content is protected !!