ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କରାଟେ ଆସୋସିଏସନର ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ

ରାଉରକେଲା/ ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଅରଗାନାଇଜେସନ ର ସହବନ୍ଧିତ ଓଡିଶା ରାଜ୍ୟ କରାଟେ ଆସୋସିଏସନ୍ ତରଫରୁ ସେକ୍ଟର ୧୮ ଗୁରୁ ତେଗବାହାଦୂର ବିଦ୍ୟାଳୟ ଠାରେ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଙ୍କ ସଭାପତିତ୍ବ ଓ ଉପଦେଷ୍ଟା ରାଜେଶ ପ୍ରସାଦ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ କବୟିତ୍ରୀ ସସ୍ମିତା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରାଟେ ଛାତ୍ର ଛାତ୍ରୀଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କ କ୍ରୀଡା ପଦର୍ଶିତ କରିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ଶ୍ରୀ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ମୁଖ୍ୟଅତିଥି ଶ୍ରୀ ରାଉତ ଏହି କ୍ରୀଡା କେବଳ ଆତ୍ମରକ୍ଷା ନୁହେଁ ବରଂ ଶାରିରୀକ ଓ ବୌଦ୍ଧିକ ବିକାଶ ସହ ଆତ୍ମ ବିଶ୍ବାସ ବଢାଇଥାଏ ବୋଲି କହିଥିଲେ । ବରିଷ୍ଠ ଶିକ୍ଷାର୍ଥୀ ରକି ଖାଡିଆ ଓ ସୁଶାନ୍ତ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୁଭାଙ୍ଗୀ ପୃଷ୍ଟି, ଅନୁପ୍ରିୟା ସମାସୀ, ସିଙ୍ଘରାନୀ ସାହୁ, ରୀତେଶ ସମାସୀ, ହରଗୁନ କୌର, ମୁକୁନ୍ଦରାଜ ପୃଷ୍ଟି,ବିଶ୍ବଜିତ ବରାଳ, ଓମ୍ ସାହୁ, ବୈଭବ ହାସଁଦା, ଆଲୋକ ପ୍ରଧାନଙ୍କୁ ବିଭିନ୍ନ ବେଲ୍ଟ ପ୍ରଦାନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!