ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍: ବିନେକେଲା ବିଜୟୀ

ତେରେସିଂହା କପ୍ ଫୁଟବଲ୍: ବିନେକେଲା ବିଜୟୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି l ଆଜିର ମ୍ୟାଚ୍ ବିନେକେଲା (କଳାହାଣ୍ଡି) ବନାମ ଭଦ୍ରା (ବଲାଙ୍ଗୀର) ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ କେହି କାହାରିକୁ ଗୋଲ ସ୍କୋର କରିପାରି ନ ଥିବା ବେଳେ ଟାଇବ୍ରେକର ଜରିଆରେ ବିନେକେଲା ଦଳ ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ଖେଳାଳୀ ମଙ୍ଗଳ ମାଝୀ, ସମ୍ମାନିତ ଅତିଥି ଭାବେ ସଞ୍ଜୟ ନାଏକ, ଶିକ୍ଷକ ଛବିଳ ନାଏକ ଯୋଗ ଦେଇଥିଲେ l ଆୟୋଜକ କମିଟି ର ସଭାପତି କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ତପନ ମାଝୀ, ବୁଲୁ ରଣା, ସୁରେଶ ଭୋଇ, ଗୌର ଚନ୍ଦ୍ର ନାଏକ, ଅର୍ଜୁନ ବେବର୍ତ୍ତା, ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l ମ୍ୟାଚ କୁ ସମ୍ରାଟ ପ୍ରଧାନ ପରିଚାଳନା କରିଥିବା ବେଳେ ସାହିଲ ଗୌଡ ଓ ସୌମ୍ୟରଞ୍ଜନ ମାଝୀ ସହଯୋଗ କରିଥିଲେ l ଶୁକ୍ରବାର ରଜାପଡ଼ା ବନାମ ଲଇତରା ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

ସହଦେଵ ମେମୋରିଆଲ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

masiha

Leave a Comment

error: Content is protected !!