ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡା ରେ ଡିଫାଇନ୍ କଳାହାଣ୍ଡିର ରୋଡ଼ ସୋ

ନୂଆପଡା ରେ ଡିଫାଇନ୍ କଳାହାଣ୍ଡିର  ରୋଡ଼ ସୋ 

ମୁଁ ରାଜନୀତି ପାଇଁ ଆସିନି ଆସିଛି ସେବା ପାଇଁ 

ନୂଆପଡ଼ା କଳାହାଣ୍ଡି ମାଟି’ରେ ଜନ୍ମିତ ହୋଇ ମଧୁ ମହାନ୍ତି ଆଜି ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ନୂତନ ଜାଗରଣ ଆଣି ପାରିଛନ୍ତି। କଳାହାଣ୍ଡି ମାଟି ପବନର ମାଦକତା ନିଆରା ଓ ଏହି ମାଟି ସେବା ମନୋବୃତ୍ତି, ପରୋପକାର ଓ ସହନଶୀଳଗୁଣ ସିଖାଇ ଥାଏ ବୋଲି ଖଡିଆଳ ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ରୋଡ଼ ସେ ରେ ଯୋଗଦେଇ ପ୍ରକାଶ କରିଛନ୍ତି ସମାଜସେବୀ ତଥା ସାମ୍ବାଦିକ ମଧୁ ମହାନ୍ତି। ଗୁରୁବାର ଏକ ବର୍ଣ୍ଣାଢ଼୍ୟ ପରିବେଶ ମିଶନ ଛକ ପରେ ବ୍ଲକ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମା’ ଭଉଣୀ ଓ ଅଞ୍ଚଳର ସଚେତନ ନାଗରିକ ମାନେ ମଧୁ ମହାନ୍ତି ଙ୍କୁ ପାଛୋଟି ଆଣିଥିଲେ। ଏହି ସମୟରେ କଳାହାଣ୍ଡିର ବିରବାଦ୍ୟ ‘ଘୁମୁରା’ ଓ ଆଦିବାସୀ ନୃତ୍ୟ , ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। କଳାହାଣ୍ଡି ଓ ନୂଆପଡ଼ା ର ବିକାଶରେ ମଧୁ ମହାନ୍ତିଙ୍କ ଭାଗିଦାରୀକୁ ମନେପକାଇ ଉପସ୍ଥିତ ଜନସାଧାରଣ ନାରାବାଜି କରିଥିଲେ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଉଭୟ ଜିଲ୍ଲାର ବିକାଶ ତାଙ୍କର ଏକମାତ୍ର ଲକ୍ଷ ସେଥିପାଇଁ ସମସ୍ତ ଆଗେଇ ଆସିବାକୁ ଶ୍ରୀମହାନ୍ତି ଆହ୍ବାନ ଦେଇଥିଲେ। ଏହି ଅବସରରେ ମଧୁ ମହାନ୍ତି ଯେଉଁଭଳି ଭାବେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ବିକାଶର ସ୍ବପ୍ନ ଦେଖିଛନ୍ତି ଓ ସାମାଜିକ ସେବା କରି ଆସୁଛନ୍ତି ତାଙ୍କୁ ହାତକୁ ଆହୁରି ମଜବୁତ କରିବା ପାଇଁ ଆପଣ ମାନଙ୍କ ସହଯୋଗ ରହିଛି। ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯିବ, ସ୍ବଚ୍ଛ ଶାସନ, ସ୍ବଚ୍ଛ ସେବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ତେଣୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶର ନୂଆପଡା ଏବଂ ଖଡ଼ିଆଳ ସହରର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ…ସୁବିଧାଜନକ ସ୍ଥିତିରେ ବିଜେଡି, କଂଗ୍ରେସ ପାଇଁ କଣ୍ଟା ସାଜିବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ, ନିରୁପାୟ ବିଜେପି

masiha

ପୂଜାରୀଗୁଡ଼ା ଷ୍ଟାଡିୟମ୍ ରେ କାର୍ତ୍ତିକ ପାଣ୍ଡି ୟାନ ଙ୍କ ପ୍ରଚାର

masiha

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

masiha

Leave a Comment

error: Content is protected !!