ବାଲେଶ୍ବର,୨୦/୮/୨୩ – ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ ।
୧୦ଜଣ ସାମାନ୍ୟ ଆହତ । ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲର୍ସ ନାମକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଡ୍ରାଇଭର(ଚାଳକ) ଗାଡ଼ିର ବେଗ କମାଇ ଦେଇଥିଲେ । ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ ଧକ୍କା ଦେଇଥିଲା ।
ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବସରେ ୪୦ ଜଣ ଯାତ୍ରୀ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ପୁରୀ ଯାଉଥିବା ଜଣା ପଡ଼ଛି । ଖବରପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଥାନାକୁ ନେଇ ପଚାରା ଉଚରା ଜାରି ରଖିଥିବା ବେଳେ ଗାଡିର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି କଣ୍ଡକଟର ।।