ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନେହେରୁ ଯୁବକେନ୍ଦ୍ର ଦ୍ବାରା କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ 

କାମାକ୍ଷାନଗର (ମ ନି ସ )4/1/23// ଗ୍ରାମାଞ୍ଚଳରେ କ୍ରୀଡା କାଯ୍ୟକ୍ରମ କୁ ପୁଞ୍ଜିଭୁତ ସ୍ତରୀୟ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସେମାନଙ୍କର କ୍ରୀଡାର ଦକ୍ଷତା କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ ନେଇ ଦୁଇ ଦିନିଆ କ୍ରୀଡା ଅନୁଷ୍ଠିତ ହୋଇଛି l କଙ୍କଡାହାଡ ବ୍ଲକ ବାଟଗାଁ ର ଏଭର ଗ୍ରୀନ୍ ୟୁଥ କ୍ଲବ ର ସଂପାଦକ ଅଶୋକ କୁମାର ବରାଳ ଓ ସଭାପତି ସୌମ୍ୟରଞ୍ଜନ ବରାଳ ଙ୍କ ଆୟୋଜନରେ ନେହେରୁ ଯୁବକେନ୍ଦ୍ର ସଂଗଠନ ଢେଙ୍କାନାଳ ର ସହଯୋଗରେ ଏହି କ୍ରୀଡା କାଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଉଦଯାପନ ହୋଇଯାଇ ଅଛି lଏହି କ୍ରୀଡାରେ ଭଲିବଲ୍, କବାଡି,ଲମ୍ବଡିଆଁ ଉଚ୍ଚଡିଆଁ, ୧୦୦ମିଟର ଦୌଡ ,କବାଡି ପ୍ରତିଯୋଗିତାରେ ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଙ୍କୁ ବିଜେତା ଭାବେ ଘୋଷଣା କରାଯାଇ ମାନପତ୍ର ,ସିଲ୍ ପ୍ରଦାନ କରାଯାଇଥିଲା।ତିନୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଖେଳାଳି ଆସିଥିଲେ l ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବାଟଗାଁ ଗ୍ରାମ ପଞ୍ଚାୟତ ହାଇସ୍କୁଲ ର ପରିଚାଳନା କମିଟି ଅଧ୍ୟକ୍ଷ୍ ଅକ୍ଷୟ କୁମାର ବରାଳ, ମୁଖ୍ୟବକ୍ତା ଆଇନଜିବୀ ବିମଳ ବିଶ୍ବାଳ,ସମ୍ମାନିତ ଅତିଥି ଭାବେପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଖୁଣ୍ଟିଆ ,ବେଣୁଧର ସେନାପତି, ଗଣମାଧ୍ୟମ ପ୍ରତିନିଧି ସଂଜିବ କୁମାର ବିଶ୍ବାଳ ଯୋଗଦାନ କରିଥିଲେ l କବାଡି ଖେଳରେ ରାଧାମାଧବ ଯୁବକ ସଂଘ ,ଭଲିବଲରେଏଭରଗ୍ରୀନ୍ ୟୁଥକ୍ଲବ,୧୦୦ମିଟର ଦୌଡ ରେ ଆଦିତ୍ୟ ନାରାୟଣ ରାଉତ,ଓ ଲାଗୁଟୁଡୁ ଲମ୍ବା ଡିଆଁ ରେ ଅନିଲ ନାଏକ,ରାଜିବ ପାତ୍ର,ଉଚ ଡିଆଁ ରେ ବିଶ୍ବଜିତ୍ ମହାରଣା,ରଶ୍ମୀ ରଂଜନ ଦେହୁରୀଙ୍କୁ ମାନପତ୍ରସିଲ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କ୍ରୀଡା ଉତ୍ସବକୁ ବିଦ୍ୟାଳୟ ଶାରୀରିକ ଶିକ୍ଷକ ରଂଜନ କୁମାର ବରାଳ ଓ ଶିକ୍ଷକ ପଦନ ଚରଣ ସାହୁ ପରିଚାଳନା କରୁଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ

Sunil Chandra Nayak

ଧରାକୋଟ ବ୍ଲକ ଶିକ୍ଷକ ସଂଘର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମେଚ 

Sunil Chandra Nayak

ହକି ପୁରୁଷ ବିଶ୍ବକପ୍ ଅବସରରେ ତୁଲାପଡା ଠାରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!