ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା ଷ୍ଟେଟ ଓପନ ସୁଟିଂ ଚମ୍ପିୟାନସିପ ୨୦୨୩ ରେ ଚମ୍ପିୟାନ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ    

ଓଡିଶା ଷ୍ଟେଟ ଓପନ ସୁଟିଂ ଚମ୍ପିୟାନସିପ ୨୦୨୩ ରେ ଚମ୍ପିୟାନ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ    

ଜୁନାଗଡ଼ ୦୮/୧୦ (ମନିସ) ଓଡିଶା ରାଇଫଳ ଆସୋସେସନ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଏବଂ ଉତ୍କଳ କରାଟେ ସ୍କୁଲ୍ ସୁଟିଂ ରେଞ୍ଜ ଠାରେ ଓଡିଶା ଷ୍ଟେଟ ଓପନ ସୁଟିଂ ଚାମ୍ପିଅନସିପ ସେପ୍ଟେମ୍ବର ୨୯ ରୁ ୨ ଅକଟୋବର ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ସୁଟିଂ ଚମ୍ପିୟାନସିପ ରେ କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ର ଅରବିନ୍ଦ ସାହୁ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ସୁନାମ ଅର୍ଜନ ଆଣିଛନ୍ତି l ଅରବିନ୍ଦ ସାହୁ ସିନିଅର ବର୍ଗ ପୁରୁଷ ବିଭାଗ ରେ ୧୦ ମିଟର ଏୟାର ରାଇଫଲ୍ ରେ ସ୍ଵର୍ଣ୍ଣ ପଦକ ଏବଂ ୫୦ ମିଟର .୨୨(ପଏଣ୍ଟଟୁଟୁ ) ରାଇଫଲ ସୁଟିଂ ରେ ରୌପ୍ୟ ପଦକ ହାସଲ କରିଛନ୍ତି l କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ ରୁ ଅଂଶ ଗ୍ରହଣ କରି ରାଜ୍ୟ ସ୍ତର ରେ ସୁନାମ ଅlଣିଥିବାରୁ ଜ଼ିଲ୍ଲା ରେ ଖୁସି ର ଲହରୀ ଖେଳିବା ସହ ଜ଼ିଲ୍ଲା ର ବିଭିନ୍ନ ସଂଗଠନ ତରଫରୁ ଶ୍ରୀ ସାହୁ ଙ୍କୁ ଅଭିନନ୍ଦନ ର ସୁଅ ଛୁଟୁଛି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

ଲଡୁଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ସର୍ଵ ଭାରତୀୟ କରାଟେ ଚମ୍ପିୟାନସିପ୍ ରେ ନବରଙ୍ଗପୁର ଜିଲ୍ଲାର ସଫଳତା

Leave a Comment

error: Content is protected !!