ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଉତ୍କଳ କରାଟେ ସ୍କୁଲ କରାଟେ ଶିକ୍ଷାର୍ଥୀ ମାନଙ୍କ ର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି l ଖଡ଼ିଆଳ କରାଟେ ସ୍କୁଲ ପ୍ରଶିକ୍ଷିକ ଧର୍ମେଶ ମେହେର ଏବଂ ଇଣ୍ଡିଆ ଗ୍ରେଡ଼ ଏ ଜର୍ଜ ସୁରେଶ ଜାଲ ଯାଦବ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ସ୍କୁଲ ୧୫ ଜଣ ଶିକ୍ଷାର୍ଥୀ ଉକ୍ତ ପରୀକ୍ଷା ରେ ଭାଗ ନେଇଥିବା ବେଳେ ବ୍ରାଉନ ବେଲ୍ଟ ରେ ଉଜ୍ଜଳ ଦୀପ ଓଝା, ଗ୍ରୀନ ବେଲ୍ଟ ରେ ଦିବ୍ୟାଂଶ ପଣ୍ଡା ଓ ବିଭାଷ କୁଆଁର ଓରେଞ୍ଜ ବେଲ୍ଟ ରେ ଅନୁକଳ୍ପ ପଣ୍ଡା ଏବଂ ପରିତୋଷ ମୁଣ୍ଡ ଉତୀର୍ଣ୍ଣ ହୋଇ ଥିବା ବେଳେ ୟେଲୋ ବେଲ୍ଟ ମୋଟ ୧୦ ଜଣ ଶିକ୍ଷାର୍ଥୀ ଉତୀର୍ଣ୍ଣ ହୋଇ ଥିବା ଜଣା ପଡିଛି l ସେମାନେ ହେଲେ ବେଦ ପ୍ରକାଶ ସିଂ, ଭୋମରାଜ ସାହୁ, ପିୟୁଷ ରଞ୍ଜନ ସିଂ ଦଳପତି, ଅସ୍ମିତ ଚଲାନ, ଶ୍ରୀବାଂଶ ପଣ୍ଡା, ପ୍ରିତେଶ ବାଗ, ଯୋଗେଶ ନାଗ, ତନ୍ମୟ ସିଂ,ଆରିକ ଆର୍ଯ୍ୟମାନ ବାରିକ ଏବଂ ଗ୍ଲାଡ୍ଵିନ ଗ୍ରାସ ନାୟକ ଉତୀର୍ଣ୍ଣ ହୋଇ ଥିବା ଖଡ଼ିଆଳ ଉତ୍କଳ କରାଟେ ସ୍କୁଲ ପକ୍ଷରୁ କୁହା ଯାଇଛି l ସୂଚନାଯୋଗ୍ୟ ଯେ ଖଡ଼ିଆଳ ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ପ୍ରଶିକ୍ଷକ ଫାଷ୍ଟ ଡ଼ନ ବ୍ଲାକ ବେଲ୍ଟ ଧର୍ମେଶ ମେହେର ଉକ୍ତ ଉତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ସ୍ୱର୍ଣ୍ଣଲତା-ଗୋଲକବିହାରୀ ମେମୋରିଆଲ କ୍ରିକେଟ୍ କପ୍‌-୨୦୨୩ ଉଦ୍‌ଯାପିତ

Sunil Chandra Nayak

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

Leave a Comment

error: Content is protected !!