ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼: ନୂଆଁ-ଓ ଯୁବ ଓଡିଶା ଆନୁକୂଲ୍ୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୂଖ୍ୟ ଅଥିତି, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷିଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇ ଅଛି l ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ୱରେ ଆଞ୍ଚଳିକ ପରିବହନ ଅଧିକାରୀ, କଳାହାଣ୍ଡି ଶ୍ରୀ ଗତିକୃଷ୍ଣ ସାମନ୍ତରାୟ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଅଂଶୁମାନ ପାତ୍ର ସମ୍ମାନିତ ଅଥିତି ଭାବରେ ଯୋଗଦାନ ପୂର୍ବକ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଅଧ୍ୟାପକ ବଙ୍କିମ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ସଡ଼କ ସୁରକ୍ଷା ସଚେତନତା ପାଇଁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l ଖେଳ ଶିକ୍ଷକ ଶ୍ରୀ ସୋଦନ ନା ଏ କ ଓ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, ଅନୁଷ୍ଠାନର ସମସ୍ତ କର୍ମଚାରୀ ତଥା ସ୍ଥାନୀୟ ପୋଲିସ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫରଙ୍ଗ ଗ୍ରାମ ପଞ୍ଚାୟତରେ ଜନଭାଗିଦାରୀରେ ଅନୁଷ୍ଠିତ ହେଲା ଭବ୍ୟ ତ୍ରିରଙ୍ଗା ଯାତ୍ରା

Sunil Chandra Nayak

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ

Sunil Chandra Nayak

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

Sunil Chandra Nayak

Leave a Comment

error: Content is protected !!