ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

ବନ୍ଧୁଗାଁ ତା,୩/୧୨/୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କସ୍ତୁରିବା ଗାନ୍ଧି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁରୁକୁପେଟା ଠାରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି I ଆଜି ସକାଳ ୮ଘଟିକା ସମୟରେ ତୁରୁକୁପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧୭୦ ଜଣ ଛାତ୍ରୀ କୁ ନେଇ ଦିବ୍ୟାଙ୍ଗତା ସଚେତନତା ଉପରେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ ମୁଦୁଲି ପ୍ରଦ୍ଵୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I ପରେ ସମସ୍ତ କ୍ଲଷ୍ଟରରୁ ୫୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ,ଅଂଶ ଗ୍ରହଣ କରିଥିଲେ I ଏଥିରେ ୩୫ ଜଣ ଶିକ୍ଷକ ଶିକ୍ଷୟୀତ୍ରି ଏବଂ ୧୫ ଜଣ ଅଭିଭାବକ ଯୋଗଦାନ କରିଥିଲେ । ୧୦ ଟି ବିଭାଗରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା I ଏବଂ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷତ୍ରୀ ଏବଂ ଅଂଶ ଗ୍ରହଣ କରିଥିବା ମଧ୍ୟାହ୍ନ ଭୋଜନ ପରେ ୩୦ ଜଣ ଛାତ୍ର ଛାତ୍ରୀଙ୍କୁ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଦନ ମୁଦୁଲି , ଶିକ୍ଷକ ଶ୍ରୀ ଏ. ନାରାୟଣ ସୁବୁଦ୍ଧି , ପ୍ରଶାନ୍ତ ମହାନ୍ତି,ଶ୍ରୀନିବାସ ରେଡ୍ଡୀ ,କେ. ପ୍ରତାପ କୁମାର,ବାସୁଦେବ ଦେବରପଲ୍ଲୀ , ମାଝୀ ରାମରାଓ, ରମାକାନ୍ତ ସାହୁ,ପ୍ରମୁଖ ଉପସ୍ଥିତ ରହି ପୁରସ୍କାର, ମାନପତ୍ର ଏବଂ ଅର୍ଥରାଶି ବିତରଣ କରିଥିଲେ, କାଲିପ୍ରସାଦ ମହାପାତ୍ର ସୋଭାଗ୍ୟ ବିଶ୍ୱାଳ, ବିଦେଶ ବିଷୋୟ , ନାମ ପଞ୍ଜିକରଣ କରିଥିଲେ, ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ ଆଞ୍ଚଳିକ ସାଧନ କର୍ମୀ ଏଥିରେ ସାହାଯ୍ୟ ଏବଂ ସହାୟତା କରିଥିଲେ । ବି, ଆର୍ ପି ସଂଗ୍ରାମ କେଶରୀ ନାୟକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜ ଙ୍କ ପରଲୋକ

Sunil Chandra Nayak

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

Leave a Comment

error: Content is protected !!