ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

ଡାବୁଗାଁ, ୩୧/୧୨ (ମ.ନି.ସ.)- ଶନିବାର ସନ୍ଧ୍ୟା ୭.୩୦ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶିବ ମନ୍ଦିର ସମ୍ମୁଖରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବବକ ଆହତ ହୋଇଛି | ସୂଚନାଯୋଗ୍ୟ :- ଝରିଗାଁ ବ୍ଲକ ଅଧୀନ ବଡପାଲିଆ ଗ୍ରାମର ବଳଭଦ୍ର ମାଝି (୨୧) ଶୁକ୍ରବାର ଡାବୁଗାଁ ବ୍ଲକ ଅଧୀନ ଗିର୍ଲା ଗ୍ରାମରେ ନିଜ ସମ୍ପର୍କୀୟ ଙ୍କ ଘରକୁ ଦିଆଲି ପର୍ବରେ ସାମିଲ ହେବାକୁ ଆସିଥିଲେ | ଆଜି ସନ୍ଧ୍ୟାରେ ନିଜ ଘରକୁ ମୋଟର ସାଇକେଲ ନଂ ଓଡି ୨୪ ଏଚ ୮୦୫୭ ଯୋଗେ ଫେରୁଥିବା ବେଳେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାର ଶିବ ମନ୍ଦିର ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇ ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

masiha

କୋକସରା ବ୍ଲକ ଅମଲା କର୍ମଚାରୀଙ୍କ ଆନ୍ଦୋଳନ, ସମସ୍ତ କାର୍ଯ୍ୟ ଠପ, ଲୋକେ ହଇରାଣ 

ସ୍ୱଦେଶୀ ଜାଗରଣ ମଞ୍ଚ ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!