ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

ଡାବୁଗାଁ, ୩୧/୧୨ (ମ.ନି.ସ.)- ଶନିବାର ସନ୍ଧ୍ୟା ୭.୩୦ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶିବ ମନ୍ଦିର ସମ୍ମୁଖରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବବକ ଆହତ ହୋଇଛି | ସୂଚନାଯୋଗ୍ୟ :- ଝରିଗାଁ ବ୍ଲକ ଅଧୀନ ବଡପାଲିଆ ଗ୍ରାମର ବଳଭଦ୍ର ମାଝି (୨୧) ଶୁକ୍ରବାର ଡାବୁଗାଁ ବ୍ଲକ ଅଧୀନ ଗିର୍ଲା ଗ୍ରାମରେ ନିଜ ସମ୍ପର୍କୀୟ ଙ୍କ ଘରକୁ ଦିଆଲି ପର୍ବରେ ସାମିଲ ହେବାକୁ ଆସିଥିଲେ | ଆଜି ସନ୍ଧ୍ୟାରେ ନିଜ ଘରକୁ ମୋଟର ସାଇକେଲ ନଂ ଓଡି ୨୪ ଏଚ ୮୦୫୭ ଯୋଗେ ଫେରୁଥିବା ବେଳେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାର ଶିବ ମନ୍ଦିର ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇ ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ର ଓଏଏସ ରଶ୍ମି ରଞ୍ଜନ ପୁଜାରୀ ଙ୍କୁ ମନ୍ତ୍ରୀ ଓ ସାଂସଦ ଙ୍କ ପକ୍ଷରୁ ଭବ୍ୟ ସମର୍ଦ୍ଧନା 

Sunil Chandra Nayak

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

Sunil Chandra Nayak

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!