ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କିକ୍ ବକ୍ସିଂ ରେ ସାଇ ଙ୍କୁ ବ୍ରୋଞ୍ଚ ମେଡାଲ 

କାମାକ୍ଷାନଗର (ମ ନି ସ) ୨୫/୧୨// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଶକ୍ତି ସଂଗ୍ରାମ ହୋତା ଙ୍କ ଏକ ମାତ୍ର ପୁଅ ସାଇ ସ୍ୱସ୍ତିକ ହୋତା ଙ୍କ କିକ୍ ବକ୍ସିଂ ରେ ସଫଳତା l ସାଇଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ l ସେ କିନ୍ତୁ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ପଢ଼ନ୍ତି l ସେ ଦିଲ୍ଲୀ ପବ୍ଲିକ ସ୍କୁଲ ର ପଞ୍ଚମ ଶ୍ରେଣୀ ର ଛାତ୍ର l କିକ୍ ବକ୍ସିଂ ପ୍ରତିଯୋଗିତା ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଥିଲା l ସେଠାରେ ସେ ଢେଙ୍କାନାଳ ଜିଲ୍ଲା ତରଫରୁ ଭାଗ ନେଇଥିଲେ ଓ ବ୍ରୋଞ୍ଚ ମେଡାଲ ମଧ୍ୟ ପାଇଥିଲେ l ସାଇ ଙ୍କ ଏହି ସଫଳତା ରେ ଦିଲ୍ଲୀ ପବ୍ଲିକ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଇ ଙ୍କ ମାତା ପିତା ଗର୍ବ ଅନୁଭବ କରୁଛନ୍ତି l ସାଇ ମଧ୍ୟ ତାଙ୍କ ସଫଳତା ର ଶ୍ରେୟ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଓ ତାଙ୍କ ବାପା ମା ଙ୍କୁ ଦେଇଛନ୍ତି l ସାଇ ଆଗକୁ ବଡ଼ ହୋଇ ଭଲ ପାଠ ପଢି ସେନା ରେ ଯୋଗ ଦେବେ ବୋଲି ସେ ଇଛା ପ୍ରକାଶ କରିଛନ୍ତି ଓ ଆଗାମୀ ଦିନରେ କିକ୍ ବକ୍ସିଂ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ନିଜ ଜିଲ୍ଲା, ନିଜ ସ୍କୁଲ ଓ ନିଜ ଦେଶ ର ନାଁ ରଖିବେ ବୋଲି ସାଇ କହିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉଦଯାପିତ ହେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

masiha

Leave a Comment

error: Content is protected !!