ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କିକ୍ ବକ୍ସିଂ ରେ ସାଇ ଙ୍କୁ ବ୍ରୋଞ୍ଚ ମେଡାଲ 

କାମାକ୍ଷାନଗର (ମ ନି ସ) ୨୫/୧୨// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଶକ୍ତି ସଂଗ୍ରାମ ହୋତା ଙ୍କ ଏକ ମାତ୍ର ପୁଅ ସାଇ ସ୍ୱସ୍ତିକ ହୋତା ଙ୍କ କିକ୍ ବକ୍ସିଂ ରେ ସଫଳତା l ସାଇଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ l ସେ କିନ୍ତୁ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ପଢ଼ନ୍ତି l ସେ ଦିଲ୍ଲୀ ପବ୍ଲିକ ସ୍କୁଲ ର ପଞ୍ଚମ ଶ୍ରେଣୀ ର ଛାତ୍ର l କିକ୍ ବକ୍ସିଂ ପ୍ରତିଯୋଗିତା ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଥିଲା l ସେଠାରେ ସେ ଢେଙ୍କାନାଳ ଜିଲ୍ଲା ତରଫରୁ ଭାଗ ନେଇଥିଲେ ଓ ବ୍ରୋଞ୍ଚ ମେଡାଲ ମଧ୍ୟ ପାଇଥିଲେ l ସାଇ ଙ୍କ ଏହି ସଫଳତା ରେ ଦିଲ୍ଲୀ ପବ୍ଲିକ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଇ ଙ୍କ ମାତା ପିତା ଗର୍ବ ଅନୁଭବ କରୁଛନ୍ତି l ସାଇ ମଧ୍ୟ ତାଙ୍କ ସଫଳତା ର ଶ୍ରେୟ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଓ ତାଙ୍କ ବାପା ମା ଙ୍କୁ ଦେଇଛନ୍ତି l ସାଇ ଆଗକୁ ବଡ଼ ହୋଇ ଭଲ ପାଠ ପଢି ସେନା ରେ ଯୋଗ ଦେବେ ବୋଲି ସେ ଇଛା ପ୍ରକାଶ କରିଛନ୍ତି ଓ ଆଗାମୀ ଦିନରେ କିକ୍ ବକ୍ସିଂ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ନିଜ ଜିଲ୍ଲା, ନିଜ ସ୍କୁଲ ଓ ନିଜ ଦେଶ ର ନାଁ ରଖିବେ ବୋଲି ସାଇ କହିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ବିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ 

Sunil Chandra Nayak

ହକି ପୁରୁଷ ବିଶ୍ବକପ୍ ଅବସରରେ ତୁଲାପଡା ଠାରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ 

Sunil Chandra Nayak

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

masiha

Leave a Comment

error: Content is protected !!