ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରାମ ବିକାଶ ଶିକ୍ଷା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଥୁଆମୂଳ ରାମପୁର:୨୫/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ବିକାଶ ଶିକ୍ଷା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅରବିନ୍ଦ ସ୍ବାଇଁଙ୍କ ସଭାପତିତ୍ବରେ ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ, ମୁଖ୍ଯ ବକ୍ତା ଭାବରେ ମାଁ ମାଣିକେଶ୍ଵରୀ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା, ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା, ଅବସରପ୍ରାପ୍ତ ABEO ଦିଲ୍ଲୀପ୍ ଦାସ, ଅଧ୍ୟାପକ ସରୋଜ କୁମାର ପାଟ୍ଟଯୋଶି CRCC ତପନ ବେହେରା, ଶ୍ରୀ ମନିଷ କୁମାର ରାଏଙ୍କ ସହ ଲାଇବ୍ରେରିଆନ ଶ୍ରୀ ପ୍ରଶାନ୍ତ ମୁଣ୍ଡଛିନା ସନାତନ ନାଏକ , କମିଟି ସଂପାଦକ ଶ୍ରୀ କୃଷ୍ଣ ପ୍ରସାଦ ନାୟକ, ସଭ୍ୟ ଶ୍ରୀ ପୁଟୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥିମାନେ ନିରନ୍ତର ଉଦ୍ୟମ ଦ୍ବାରା ସଫଳତା ହାସଲ କରିବା ଉପରେ ଗୁରୁତ୍ବାରୋପ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ଛାତ୍ର ଛାତ୍ରୀଙ୍କ ଭୁମିକା ସଂପର୍କରେ ଆଲୋଚନା କରିଥିଲେ।ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା ବ୍ୟକ୍ତିତ୍ଵର ବିକାଶରେ ଆବାସିକ ବିଦ୍ୟାଳୟର ଜୀବନଚାର୍ଯ୍ୟ ପ୍ରଭାବ ଉପରେ ଅଲୋଚନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଉକ୍ତିକୁ ଉପସ୍ଥାପନା କରିବା ସହ ପିଲାମାନେ ଶିକ୍ଷା ଓ କ୍ରୀଡାରେ ଉତ୍କର୍ଷତା ହାସଲ କରି ନିଜ ଅଞ୍ଚଳ ତଥା ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି ପାଇଁ ଆହ୍ଵାନ ଦେଇଥିଲେ।ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ନିଜର ମତ ପୋଷଣ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ଉପହାର ପ୍ରଦାନ କରିଥିଲେ। ଏଥିରେ ଶିକ୍ଷକ ଶ୍ରୀ ଅଜୟ ଦାସ, ଶ୍ରୀ ରାମ ଚନ୍ଦ୍ର ନାଏକ, ଆଶାଲତା ସାମଲ, ପ୍ରଭାତୀନି ଦାଶ, ବୈଦେହୀ ମାଝୀ, ନାରାୟଣ ଆଡବାଙ୍ଗ, ମମତା ସାହୁ, ଶିବରାତ୍ରି ନାଏକ, ତ୍ରିଲୋଚନ ମାଝୀ, ରଞ୍ଜନ ମାଝୀ, ଦାଶରଥ ମାଝୀ, ସୁଶୀଳ ବାଗ, ଲକ୍ଷ୍ମୀକାନ୍ତ ଶବର, ନିଶି ଛତ୍ରିଆ, ରୁକ୍ମଣି ମଣ୍ଡଳ, ବିଭୀଷଣ ବେହେରା, ବନିତା ନାଏକ ସହଯୋଗ କରିଥିଲେ। ଶିକ୍ଷକ ଶ୍ରୀ କାହ୍ନୁ ପାଢୀ ମଞ୍ଚ ପରିଚଳନା କରିବା ସହ ଅତିଥିମାନଙ୍କୁ କୃତଜ୍ଞତା ପୂର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ଭବାନୀପାଟଣା ଇଭିନିଙ୍ଗ କ୍ଳବ ଚମ୍ପିୟାନ 

masiha

ନବରଙ୍ଗପୁର ପ୍ରିମିଅର ଲିଗ ସଂସାଇନ ସୁପେର କିଙ୍ଗ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!