ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ନବରଙ୍ଗପୁର—(ମସିହା) ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ର ଅଧ୍ୟକ୍ଷ ସଂସାଇ ଶରତ କୁମାର ରାଉତ ଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। କେରଳ ର କନୁର ଠାରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ କୁବୁଡ଼ ଚମ୍ପିୟାନସିପ ରେ ସର୍ବମୋଟ ୧୯ଟି ମେଡାଲ ଆଣି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବାନ୍ଵିତ କରିଥିବା ଅନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସହ ଆରକ୍ଷୀ ଅଧିକ୍ଷକ ଡକ୍ଟର. ଚନ୍ଦ୍ର ଶେଖର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଙ୍ଘର ଉପ ସଭାପତି ଏମ. ଵାଲାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ , ଅଧ୍ୟାପକ ଅଖିଳ ଭଟ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ ଯେ ଚଳିତମାସ ଡିସେମ୍ବର ୧୭ଏବଂ୧୮ ତାରିଖରେ କେରଳର କନୁର ଠାରେ ଅନୁଷ୍ଠିତ କରାଟେ ଟାଇମସ କପ-୨୦୨୨ ପ୍ରତିଯୋଗିତାରେ ରେ ସନ୍ଦୀପ କୁମାର ରାଉତ ଗୋଟାଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ, ସଂଗୀତା ରାଉତ ଚାରୋଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ, ସୁଲୋଚନା ତ୍ରିପାଠୀ ଦୁଇଟି ସ୍ଵର୍ଣ୍ଣ, ଗୋଟାଏ ରୌପ୍ୟ, ସୁନାଖେ ପ୍ରିୟଦର୍ଶନୀ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ବ୍ରୋଞ୍ଜ ସେହିପରି ଆକାଂକ୍ଷା ପ୍ରିୟଦର୍ଶନୀ ତିନୋଟି ସ୍ଵର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଏହିପରି ୧୧ଟି ସ୍ଵର୍ଣ୍ଣ,୩ଟି ରୌପ୍ୟ ୫ଗୋଟି ବ୍ରୋଞ୍ଜ ସହିତ ସର୍ବମୋଟ ୧୯ପଦକ ହାସଲ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମାଁ ସକ୍ ତେନ କ୍ରିକେଟ ପ୍ରତିଯୋଗିତାରେ କାନ୍ଦୁଲଡଙ୍ଗରୀ କୁ ହରାଇ ଗ୍ରୀଣ୍ଡୋଲ ଚାମ୍ପିଅନ 

masiha

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଜୁଭେନାଇଲ 

masiha

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!