ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସମ୍ମିଳନୀ ଉଦଯାପିତ

ଭବାନୀପାଟଣା, ୨୫/୧୨, (ମ ନି ସ), ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ କୋରନା–୧୯ ଓଡ଼ିଶା କୁ ଯେତେ ଗରିବ କରିନାହିଁ, ସ୍ବାଧୀନତା ପରେ ସରକାରୀ ଉଦାସୀନତା, ପ୍ରଶାସନିକ ସ୍ଥାଣୁତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ସବୋର୍ପରି ସର୍ବସ୍ତରୀୟ ଦୁନୀର୍ତି ପାଇଁ ଓଡ଼ିଶା ଆଜି ପଛୁଆ ହୋଇଯାଇଛି ବୋଲି କହିଛନ୍ତି ସ୍ୱଦେଶୀ ଜାଗରଣ ମଞ୍ଚର ଅନ୍ନଦା ଶଙ୍କର ପାଣିଗ୍ରାହୀ । ଭବାନୀପାଟଣା ଠାରେ ଚାଲିଥିବା ସ୍ୱଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପଶ୍ଚିମ ପ୍ରାନ୍ତ ସମ୍ମିଳନୀର ଉଦଯାପନି ଅବସରରେ ଏହି ମତ ପ୍ରକାଶ ପାଇଛି । ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଶତାଧିକ କାର୍ଯ୍ୟକାର୍ତ୍ତା ସମ୍ମିଳନୀରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ, ଭାରତୀୟ ଅର୍ଥନୀତି, ଓଡିଶା ପଶ୍ଚିମରେ ଦାଦନ ସମସ୍ୟା, ସ୍ୱାବଲମ୍ବୀ ଭାରତ ଅଭିଯାନ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ନୂତନ ରୋଜଗାର ନିର୍ମାଣ ହିଁ ଦାଦନ ସମସ୍ୟାର ନିରାକରଣ ବୋଲି ଏକ ପ୍ରସ୍ତାବ ପାରିତ କରାଯାଇଛି ।

ପର୍ଯ୍ୟଟନ ସ୍ଥଳୀର ବିକାଶ, ପାରମ୍ପରିକ ଓ କ୍ଷୁଦ୍ର କୁଟୀର ଶିଳ୍ପ, ହସ୍ତତନ୍ତ, ବିଭିନ୍ନ ଫସଲର ଉଚିତ ମୂଲ୍ୟାଙ୍କନ, ବଜାର ବ୍ୟବସ୍ଥା, ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯିବାକୁ ମଞ୍ଚ ସରକାରଙ୍କ ନିକଟରେ ଦାବି ରଖିଛି । ଏଥି ସହିତ ଚାକିରୀ ପଛରେ ନ ଗୋଡାଇ ନବ ସୃଜନାତ୍ମକ ଉଦ୍ୟମିତାକୁ ଗ୍ରହଣକରୀ ସ୍ୱାବଲମ୍ବୀ ହେବାପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଛି ମଞ୍ଚ । ସମ୍ମିଳନୀ ଅବସରରେ ଶନିବାର ଅପରାହ୍ନରେ ମଞ୍ଚ ପକ୍ଷରୁ ଏକ ସ୍ୱଦେଶୀ ସନ୍ଦେଶ ଯାତ୍ରା ବାହାରି ନଗର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କଳାହାଣ୍ଡିର ବିକାଶ ତଥା ଭାରତୀୟ ଅର୍ଥନୀତିର ବିକାଶ ପାଇଁ କଳାହାଣ୍ଡିର ଦଳିତ ନେତା କୈଷଭ ବିହାରୀ, ଭାରତୀୟ ମଜଦୂର ସଂଘର ବିରଞ୍ଚି ନାରାୟଣ ପଣ୍ଡା, କୁଞ୍ଜ ଅଗ୍ରୱାଲ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସ୍ୱଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ବ୍ୟବସ୍ଥା ପ୍ରମୁଖ ଦୀପକ ଶର୍ମା ବାବା ସାହେବ ଆମ୍ବେଦକରଙ୍କ ଉକ୍ତି “ସଂଗଠିତ ହୁଅ, ଶିକ୍ଷିତ ହୁଅ” ଉଧୃତ କରି ବିକାଶ ଧାରାରେ ଆଗେଇଯିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଅର୍ଥନୀତି, ରୋଜଗାର ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଉଦଘାଟନୀ ସତ୍ରରେ ସ୍ୱାମୀ ଅମୟାନନ୍ଦ ସରସ୍ୱତୀ, ସ୍ୱାଗତ ସମିତି ଅଧ୍ୟକ୍ଷ ଆଦିତ୍ୟ ମୁଣ୍ଡ ଉପସ୍ଥିତ ଥିବାବେଳେ ଉଦଯାପନି ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ପ୍ରଚାରକ ବିଷ୍ଣୁ ଚରଣ ପାତ୍ର ଯୋଗ ଦେଇଥିଲେ ।

ମଞ୍ଚର ପଶ୍ଚିମ ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର, ସହ ସଂଯୋଜକ ମନୋରଞ୍ଜନ ରାଉତରାୟ ପୂର୍ଣ ସମୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଞ୍ଚର ମନୋଜ ନାୟକ, ରବି ନାରାୟଣ ମିଶ୍ର, ରିତେଶ ହାଲଦାର, ଚନ୍ଦ୍ରିକା ଲାକ୍ରା, ଗଜେନ୍ଦ୍ର ଡାକୁଆ, ବିମ୍ବାଧର ନାୟକ, ମୁରଲୀଧର ଅଧିକାରୀ, ସୁରେନ୍ଦ୍ର ମସ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ ନକୁଳ ନାୟକ ସୂଚନା ଦେଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଆରିୟା ଗ୍ରୁପ୍ ଫାଉଣ୍ଡେସନ ପକ୍ଷରୁ ବିଜ୍ଞାନ ମେଳା

masiha

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!