ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୋକସରା ଠାରେ ଦିବା ରାତ୍ରୀ ନକଆଉଟ୍ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

କୋକସରା,୩୦/୦୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଗୁଡହାଣ୍ଡି ପଡ଼ିଆରେ ଦ୍ଵି ଦିବସୀୟ ଦିବାରାତ୍ରୀ ନକ ଆଉଟ୍ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ରାତିରେ ଉଦଯାପିତ ହୋଇଯାଇଛି । କୋକସରା ବେଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ବ୍ଯାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ, ସମ୍ମାନୀତ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନି ଯୋଗଦେଇ ବ୍ଯାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଇରୀ ନାସନ ଚିନ୍ଦା ଯୋଗଦେଇ ବେଡ଼ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ସହ ପରିଚୟ ପ୍ରଦାନ ସମାରୋହରେ ସାମିଲ ହୋଇଥିଲେ। ଏହି ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ ଓ ଡବଲ ରାଉଣ୍ଡରେ କୋକସରା ବ୍ଲକର ଅନେକ ଗ୍ରାମରୁ ବେଡ଼ମିଣ୍ଟନ ଖେଳାଳି ଅଂଶଗ୍ରହଣ କରି ଚିତାକର୍ଷକ ଖେଳ ପ୍ରଦର୍ଶିତ କରିଥିଲେ। ଉଦଯାପିତ ସନ୍ଧ୍ୟାରେ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ରେଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ଲାଇନମେନ ତପନ କୁମାର ବିଶି ଓ ଅମନ ଧ.ମାଝୀ ରହିଥିଲେ । ଖେଳର ଧାରା ବିବରଣୀ କ୍ଷୀରସିନ୍ଧୁ ନେଗି, ସୁନିଲ ପ୍ରଧାନୀ, ଦେବାନନ୍ଦ ରାଉତ ପ୍ରଦାନ କରିଥିଲେ । ଡବଲରେ ବିବେକ ଶର୍ମା ଓ କ୍ଷମାନିଧି ନାଏକ ଚାମ୍ପିୟାନ ଓ ତ୍ରିନାଥ ପ୍ରସନ୍ନ ରାୟ ଓ ପ୍ରଣବ ଯୋଷୀ ରନର୍ସ ଅପ ଟ୍ରଫି ହାତେଇଥିଲେ। ବେଡ଼ମିଣ୍ଟନ ଆସୋସିଏସନର ସଦସ୍ୟ ତ୍ରିଲୋଚନ ମହାପାତ୍ର, ଜିତାମିତ୍ର ପ୍ରଧାନୀ, ଧିରଜ ଅଗ୍ରୱାଲ, ମୋହନ ନାଏକ, ଆକାଶ କୁମାର ଗୁପ୍ତା, ଅଭିଳାଷ ଦାସ, ବିମଲ ପଟ୍ଟନାୟକ, ଇମ୍ରାନ ଖାଁ, ସିଦ୍ଧାର୍ଥ ପ୍ରଧାନୀ, ତୁଷାର ରଞ୍ଜନ ରାଉତ, ମାନସ ବେହେରା, ଚୈତନ୍ୟ ନାଏକ, ଅଜୟ ନାଏକ, ମଳୟ ରାଉତ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ 

masiha

ମା ତାରିଣୀ କ୍ରିକେଟ , ଚାନ୍ଦଗିରୀ ଚାମ୍ପିୟନ

Sunil Chandra Nayak

କୋକସରା ଠାରେ ଦ୍ଵି ଦିବସୀୟ ଅଳଇଣ୍ଡିଆ ଫ୍ଲଡ଼ ଲାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!