ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ ପ୍ରୟାଗରାଜ କ୍ରିକେଟ କ୍ଲବ ( ଉତ୍ତରପ୍ରଦେଶ ) ବନାମ ୟୁନିଅନ ସ୍ପୋର୍ଟିଂ ( କଟକ ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ୟୁନିଅନ ସ୍ପୋର୍ଟି କଟକ ପ୍ରଥମେ ଟଚ ଜିତି ଫିଲଡିଂ ର ନିଷ୍ପତ୍ତି ନେଇଥିଲା , ଉତ୍ତରପ୍ରଦେଶ ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 22 ଓଭର ରେ ମୂଲ୍ୟବାନ 6 ଗୋଟି ବିକେଟ ହରାଇ 232 ରନ କଟକ ବିରୁଦ୍ଧ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ବିକାଶ ଚୌହାନ 35 ଟି ବଲ ଖେଳି 58 ରନ, ଉମର ( C ) 28 ଟି ବଲ ଖେଳି 44 ରନ, ସୌରଭ ଶୁକ୍ଲା 15 ଟି ବଲ ରେ 37 ରନ କରିଥିଲେ , କଟକ ଦଳ ପକ୍ଷ ରୁ ସର୍ବାଧିକ ପ୍ରିୟଂଶୁ ନାୟକ 2 ଓଭର ବୋଲିଂ କରି 23 ରନ ଦେଇ ମୂଲ୍ୟବାନ 2 ଟି ବିକେଟ ଆକ୍ଟିୟାର କରିଥିଲେ ,।

ଜବାବ ରେ କଟକ 232 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 21 ଓଭର ଖେଳି ଦଳର ସମସ୍ତ ବିକେଟ ହରାଇ 126 ରନ ସଂଗ୍ରହ କରିପାରିଥିଲା , ଦଳ ପକ୍ଷ ରୁ ସର୍ବାଧିକ ଚନ୍ଦନ କୁମାର ସାହୁ 39 ଟି ବଲ ଖେଳି 31 ରନ କରିଥିଲେ , ଉତ୍ତରପ୍ରଦେଶ ପକ୍ଷରୁ ସର୍ବାଧିକ ଉମର 5 ଓଭର ବୋଲିଂ କରି 8 ରନ ବ୍ୟୟ ରେ ମୂଲ୍ୟବାନ 3 ଗୋଟି ବିକେଟ ଅକ୍ତିଆର କରିଥିଲେ ।

ଭୁବନ କପ ର ପ୍ରଥମ ମ୍ୟାଚ ରେ ପ୍ରୟୋଗ ରାଜ ଉତ୍ତରପ୍ରଦେଶ ୟୁନିଅନ ସ୍ପୋର୍ଟିଂ କଟକ କୁ 106 ରନ ରେ ପରାସ୍ତ କଲା ।ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ଏମ. ଡ଼ି. ଉମର ବିବେଚିତ ହୋଇଥିଲେ ।

ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନ ଏନ. ଏ .ସି ର ନଗରପାଳ ଶ୍ରୀ ଶୁଭେନ୍ଦୁ କୁମାର ସାହୁ , ସଂମାନିତ ଅତିଥି ଶ୍ରୀଯୁକ୍ତ ନିଶାକାର ସାହୁ ( ଫାଉଣ୍ଡର ମେମ୍ବର ), ଶ୍ରୀଯୁକ୍ତ ସୁବ୍ରତ କୁମାର ସାହୁ , ଶ୍ରୀ ଗୁରୁପ୍ରସାଦ ମିଶ୍ର , ଶ୍ରୀଯୁକ୍ତ ରାଜ ନାରାୟଣ ତ୍ରିପାଠୀ ( ଢେଙ୍କାନାଳ ବିକାଶ ପରିଷଦ ), ସମୀର କୁମାର ସାହୁ ( ସଭାପତି କାଳିବଜାର ),. ଦିଲ୍ଲୀପ କୁମାର ଦାସ ( ପ୍ରିନ୍ସିପାଲ ଭୁବନ ମହିଳା ମହାବିଦ୍ୟାଳୟ ), ଶ୍ରୀଯୁକ୍ତ ରଞ୍ଜନ କୁମାର ଦଳେଇ ( ଫାଉଣ୍ଡର ମେମ୍ବର ),ଦୁଇ ବରିଷ୍ଠ ଓସିଏ ପ୍ୟାନେଲ ଆମ୍ପୟାର ଶ୍ରୀଯୁକ୍ତ ସବ୍ୟସାଚୀ ସାହା ଓ ସୌମେନ୍ଦ୍ର ଦାସ ଖେଳ ପରିଚାଳନା କରିଥିଲେ ।ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ପ୍ରଜିତ କିଶୋର ସାହୁ ମଞ୍ଚ ପରିଚାଳନା କରିଥିଲେ ।ଧାରା ବିବରଣୀ – ସୂର୍ଯ୍ୟପ୍ରକାଶ ରାଉତ , ସ୍କୋରର- ସଂଜୀବ କୁମାର ନାୟକ , Online ସ୍କୋରର – ପ୍ରଭାତ ମହାରଣା ,ରା଼କା , ସରୋଜ ,ରାଜକିଶୋର , ସ୍କୋରିଙ୍ଗ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

କ୍ଷୁଦ୍ରଶସ୍ଯ କୁଇଜ ଏବଂ କ୍ରୀଡା ପ୍ରତିଯୋଗିତା

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

masiha

Leave a Comment

error: Content is protected !!