ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

ବନ୍ଧୁଗାଁ ତା ୨୩/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ବ୍ଲକରେ ଥିବା ପ୍ରାୟ ୨୫ ଟି ସ୍କୁଲରୁ ଛାତ୍ରଛାତ୍ରୀ ଆସି ମନୋନୟନ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ। ମୂଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଉପସ୍ଥିତିରେ ବ୍ଲକ ସ୍ତରୀୟ ସ୍କୁଲ ମନୋନୟନ କ୍ରୀଡାକୁ ରିବନ କାଟି ଶୁଭାରମ୍ଭ କରିଥଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ମଦନ ମୁଦୁଲି , ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଓ ସିଆରସିସି ସଞ୍ଜୟ କୁମାର ସିଂ ଉପସ୍ଥିତ ରହି ପ୍ରତି ଖେଳରେ ପ୍ରଥମ ଦୂତିୟ ଓ ତୃତୀୟ ସ୍ଥାନରେ ପାଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।ସ୍କୁଲ ଗୁଡ଼ିକରୁ ଆସିଥିବା ୧୭ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ଓ ୧୪ ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ମାନଙ୍କୁ ନେଇ ୬ ଟି ଖେଳକୁ ଅନେକ ସ୍କୁଲରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନା କରି ଥିଲେ । ଖେଳ ପ୍ରତିଯୋଗିତା ଶେଷ ହେବା ପରେ ୧୭ ବର୍ଷରୁ କମ୍ ବୟସର ଶହେ ଓ ଦୁଇ ଶହ ମିଟର ଦୌଡ ପ୍ରତିଯୋଗୀତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରୁତୁ ପିଡିକା, ବାଳକ ବିଭାଗରେ ଶହେ ମିଟର ଦୌଡ ପ୍ରତିଯୋଗୀତାର ପ୍ରଥମ ସ୍ଥାନ ଅଧିକାର ଆଦର୍ଶ ବିଦ୍ୟାଳୟ ଛାତ୍ର ବିପିନ ହାରେକା ଓ ଦୁଇ ଶହ ଦୌଡ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ ମେଲେକା, ହାଇ ଜମ୍ପ ଖେଳରେ ପ୍ରଥମ ବାଳିକା ନିମନ୍ତି ହିମିରିକା ଓ ବାଳକ ବିପିନ ହାରେକା, ଶୋଟପୁଟ ଖେଳରେ ପ୍ରଥମ ବାଳିକା ସାରସାଲୁ ପୁଲାକା ଓ ବାଳକ କୁନା ହିକକା, ଲମ୍ବ ଡିଆଁ ଖେଳରେ ପ୍ରଥମ ବାଳିକା ନିମାନ୍ତି ହିମିରିକା ଓ ବାଳକ ରଘୁନାଥ ସାହୁ, ଦିସ୍କସ ଥ୍ର ଖେଳରେ ପ୍ରଥମ ବାଳିକା ନୀମାନ୍ତି ହିମିରିକା ଓ ବାଳକ ସୁଧାକର କଣ୍ଡାଗରୀ ରହି ଥିବା ବେଳେ ୧୪ ବର୍ଷରୁ କମ ବୟସର ବାଳକ ବିଭାଗ ଶହେ ଓ ଦୁଇ ଶହ ମିଟର ଦୌଡ ପ୍ରତିଯୋଗୀତା ପ୍ରଥମ ଧନୁର୍ଜୟ ୱାଟାକା, ଶହେ ମିଟର ଦୌଡ ପ୍ରତିଯୋଗୀତା ବାଳିକା ବିଭାଗର ସିଲିକାମା ପିଡ଼ିକା, ଦୁଇ ଶହ ମିଟର ଦୌଡ ପ୍ରତିଯୋଗୀତାରେ ପ୍ରଥମ ନୀମାନ୍ତି ହିମିରିକା , ସଟପୁଟ ଖେଳ ରେ ପ୍ରଥମ ବାଳିକା ଉମାଦେଭି ଖରା ଓ ବାଳକ ବିଭାଗରେ ଚନ୍ଦନ ହାରେକା, ଡିସକସ ଥ୍ର ଖେଳରେ ପ୍ରଥମ ବାଳିକା ପ୍ରତିମା ମହାରଣା ଓ ବାଳକ ବିଭାଗରେ ଚନ୍ଦନ ହାରେକା, ଲମ୍ବ ଡିଆଁ ଖେଳ ପ୍ରତିଯୋଗୀତାରେ ପ୍ରଥମ ବାଳକ ବିଭାଗରେ ସୁଦର୍ଶନ ପିଡିକାଙ୍କୁ ପୁରସ୍କୃତ କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସେମାନେ ଜିଲ୍ଲା ସ୍ତରରେ ହେବାକୁ ଥିବା ଖେଳ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ଆଜିର ଖେଳ ଅତି ଶାନ୍ତି ଶୃଙ୍ଖଳା ସହିତ ଆୟୋଜିତ ହୋଇଥିଲା । ଏହି ଖେଳର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ

Related posts

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

Sunil Chandra Nayak

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!