ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଜାତଳା ବ୍ଲକରେ ହତ୍ୟାକାଣ୍ଡ, କବିରାଜ ରାମେଶ୍ୱର ପିଙ୍ଗୁଆଙ୍କ ମୃତ୍ୟୁ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଝିରୁ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ବିଜାତଳା ବ୍ଲକରେ ହତ୍ୟାକାଣ୍ଡ, କବିରାଜ ରାମେଶ୍ୱର ପିଙ୍ଗୁଆଙ୍କ ମୃତ୍ୟୁ

ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଝିରୁ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ରାଇରଙ୍ଗପୁର – ୨୫/୧୦।ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଜଙ୍ଗଲ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ଗତକାଲି ରାତିରେ ଜଣେ କବିରାଜଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋରୁମହିଷାଣି ଥାନା ଅନ୍ତର୍ଗତ ତାଣ୍ଡିପାଣି ଗ୍ରାମର ରାମେଶ୍ୱର ପିଙ୍ଗୁଆ (୪୫)। ସେ ସ୍ୱର୍ଗତ ବୁଧୁ ପିଙ୍ଗୁଆଙ୍କ ପୁତ୍ର ବୋଲି ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ଗୋରୁମହିଷାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡର କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଏହି ଘଟଣାକୁ ନେଇ ଗୋରୁମହିଷାଣି ଥାନାରେ କେସ୍ ନମ୍ବର ୧୨୩/୨୬ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

ରାଇଘର ରେ ପୁଣି ମାଓ ବ୍ୟାନର ଓ ଲିପଲେଟ 

Sunil Chandra Nayak

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

Leave a Comment

error: Content is protected !!