ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଝିଅର ପ୍ରଥମ ସ୍ଵନକ୍ଷତ୍ରରେ ବୃକ୍ଷ ରୋପଣ ଓ ପ୍ରଦୀପ ପ୍ରଜ୍ବଳନ , ୨- ଭଞ୍ଜନଗରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି  , ୧୮୮ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ଝିଅର ପ୍ରଥମ ସ୍ଵନକ୍ଷତ୍ରରେ ବୃକ୍ଷ ରୋପଣ ଓ ପ୍ରଦୀପ ପ୍ରଜ୍ବଳନ 

ପୋଲସରା ୦୭/୦୯ ଗଛ ଲଗାଅ ପୃଥିବୀକୁ ବଞ୍ଚାଅ, ଦୀପ ଜଳାଅ ବିଶ୍ବକୁ ଶାନ୍ତି ଦିଅ, ଗୋଟିଏ ଦୀପ ସହିତ ହନୁମାନ ଚାଳିଶା ପଢି ବିଶ୍ବର ଶାନ୍ତି ପାଇଁ ଏକ ନିଆରା ଢଙ୍ଗରେ ନିଜ ଝିଅର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି, ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ରୁଖାକଣା ଗ୍ରାମର ସୁଭେନ୍ଦ୍ର ସାହୁ । ସେ ନିଜ ଦ୍ବିତୀୟ କନ୍ୟା ଶୁଭଶିକ୍ତା (ଗୁରୁଶ୍ରୀ) ସାହୁଙ୍କ ପ୍ରଥମ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହି ଅବସରରେ ରୁଖାକଣା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରି ସୁଭେନ୍ଦ୍ରଙ୍କ ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ କନ୍ୟା ଶୁଭଶିକ୍ତାକୁ ଦିର୍ଘାୟୁର ଆଶ୍ରୀବାଦ ପ୍ରଦାନ କରି ନିକଟସ୍ଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ । ଏହାପରେ ପ୍ରତ୍ୟେକ ଘରକୁ ଘର ଯାଇ ହନୁମାନ ଚାଳିଶା ପୁସ୍ତକ ଓ ପିତ୍ତଳ ଦୀପ ଦେବା ସହ ହନୁମାନ ଚାଳିଶା ଦୈନନ୍ଦିନ ପଢିବା ପାଇଁ ଅନୁରୋଧ କରିବା ସହିତ ଘର ଆଗରେ ଆଜି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାଦ୍ବାରା ଲୋକଙ୍କ ମନରେ ଏକ ନୂତନ ଊର୍ଜା ଜାଗ୍ରତ ହୋଇପାରିବ ବୋଲି ଅତିଥି ମାନେ ମତପ୍ରକାଶ କରି ବୃକ୍ଷ ରୋପଣ ଓ ତାହାର ଉପକାରିତା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ବୃକ୍ଷ ରୋପଣ ସମୟରେ କୁନି ଝିଅ ଶୁଭଶିକ୍ତା ନିଜେ ବହୁତ ଖୁସି ହୋଇ ତାଳି ମାରିଥିବା ଦୃଶ୍ୟ ଦେଖି ପରିବାର ଓ ଅତିଥି ବୃନ୍ଦ ବହୁତ ଖୁସି ହୋଇଥିଲେ।ମୁଖ୍ୟ ଅତିଥି ଭାବେ ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂର ଚେୟାରମେନ ସଞ୍ଜିବ କୁମାର ପୁରୋହିତ, ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ, ବରେଣ୍ୟ ଅତିଥି ବନପାଳ ମୁନା ଦାସ, ବନରାକ୍ଷୀ ଅର୍ଜୁନ ସୋରେନ୍,ସମ୍ମାନୀତ ପର୍ଶୁରାମ ପ୍ରଧାନ, ତ୍ରିନାଥ ପ୍ରଧାନ, ବୃନ୍ଦାବନ ପ୍ରଧାନ,ଗତିକର ସାହୁ, ଚନ୍ଦ୍ର ଶେଖର ପ୍ରଧାନ, କୁଳମଣି ସାହୁ, କୌଳାସ ପ୍ରଧାନ, ପ୍ରଭାକର ସାହୁ, ରବିନାରାୟଣ ସାହୁ,କାମରାଜ ସାହୁ, ଚିତ୍ରସେନ ବେହେରା ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମକୁ ବର୍ତ୍ତିନି କଲେଜର ଅଧ୍ୟାପକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ଯୁବକ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

ଭଞ୍ଜନଗରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି  , ୧୮୮ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

ଭଞ୍ଜନଗର, ୭/୦୯ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କୀର୍ତ୍ତି ଭାସନ.ଭି , ଆରକ୍ଷୀ ଅଧୀକ୍ଷକ ହରିଶ ବିଶି,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏବଂ ଏସ.ଡି.ପି.ଓ. ଡ. ଦୀପକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ମୋଟ ୧୮୮ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୧୮୬ଟି ବ୍ୟକ୍ତିଗତ, ୨ଟି ସାମୂହିକ ଥିବାବେଳେ ୧୦ଟି ଅଭିଯୋଗର ତୁରନ୍ତ ସମାଧାନ ଶିବିରରେ କରାଯାଇଥିଲା।ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ଜଣ ହିତାଧିକାରୀଙ୍କୁ ମୋଟ ୬୭ ହଜାର ୫ ସହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଉପସ୍ଥିତ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଏବଂ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ସହାୟକ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର , ତହସିଲଦାର ଅଭିପ୍ସା ପଟ୍ଟନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related posts

ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କଲେମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ!

Sunil Chandra Nayak

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!