ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ପ୍ରତାପ କୁମାର ବରାଳଙ୍କ ନେତୃତ୍ୱରେ ଜିଲ୍ଲାର ୮ ଗୋଟି ବ୍ଲକର ଶତାଧିକ ସାମ୍ବାଦିକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ପକ୍ଷରୁ ରାଜ୍ୟ ବ୍ୟାପୀ ବିକ୍ଷୋଭ ଜାରି ରହିଛି। ସାମ୍ବାଦିକ ସୁରକ୍ଷା ଆଇନ ପ୍ରାଣୟନ,ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମ୍ପ୍ରସାରଣ,ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ,ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକଙ୍କ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଭଳି ଦାବି କରାଯାଇଛି। ବରିଷ୍ଠ ସାମ୍ବାଦିକ ମାନେ ବିଭିନ୍ନ ଦାବି ସମ୍ବଧୀୟ ଭାଷଣ ରଖିଥିଲେ l ଏ ନେଇ ଏକ ଘଣ୍ଟା ଧରି ଶାନ୍ତି ପୂର୍ଣ୍ଣ ଭାବେ ବିକ୍ଷୋଭ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ମେ ୧ ତାରିଖ ଦିନ ସାମ୍ବାଦିକ ଭାଇ ଓ ଭଉଣୀ ମାନେ କଳା ବ୍ୟାଚ ପରିଧାନ କରିବେ ବୋଲି ସଂଘ ନିଷ୍ପତି ନେଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କୁଳବେଉସାରେ ମନ ବଳାଉନାହାନ୍ତି ଝାଡୁ କାରିଗର

ମାତ୍ର ₹549 ପ୍ରିମିୟମରେ India Post ଓ India Post Payments Bank ମାଧ୍ୟମରେ ₹10 ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

Leave a Comment

error: Content is protected !!