ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୂର୍ବାକାଶ ହେଲା ଗେରୁଆମୟ; ପଶ୍ଚିମଵଙ୍ଗ, ଆସାମ, ପଡୁଚେରୀରେ ପଦ୍ମର ଲହରି;ବିରୋଧୀ ଆକାଶରେ କଳା ବାଦଲ

ପୂର୍ବାକାଶ ହେଲା ଗେରୁଆମୟ;

ପଶ୍ଚିମଵଙ୍ଗ, ଆସାମ, ପଡୁଚେରୀରେ ପଦ୍ମର ଲହରି;ବିରୋଧୀ ଆକାଶରେ କଳା ବାଦଲ

ରାଇରଙ୍ଗପୁର – ବହୁ ପ୍ରତିକ୍ଷିତ ୪ ଟି ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମଵଙ୍ଗ, ଆସାମ ଏବଂ କେନ୍ଦ୍ରଶାସିତ ରାଜ୍ୟ ପଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି ।ଆସାମ, ପଶ୍ଚିମବଙ୍ଗ ଏବଂ ପଡୁଚେରୀରେ‌ ବିଜେପି ବିପୁଳ ବିଜୟ ଲାଭ କରିବା ସହ ରେକର୍ଡ ସୃଷ୍ଟି କରିଛି ।ସେହିଭଳି କେରଳରେ କଂଗ୍ରେସ ଏବଂ ତାମିଲନାଡ଼ୁରେ ।ଟିଏମକେର ନେତା ସାଉଥ୍ ଷ୍ଟାର ନବାଗତ ଯୁବ ରାଜନୀତିଜ୍ଞ ଦଳପତି ଵିଜୟନ ଦୁଇଟି ପୁରୁଣା ଦଳକୁ ହରାଇ ମେଜିକ ନମ୍ବର ପାଖାପାଖି ପହଞ୍ଚି ଏକ ରେକର୍ଡ଼ ସୃଷ୍ଟି କରିଛି , ଯାହାକି ସମସ୍ତ ରାଜନୈତିକ ଦଳର ନିଦ ହଜାଇ ଦେଇଛି ।ପଶ୍ଚିମବଙ୍ଗ ସମେତ ୩ ଟି ରାଜ୍ୟରେ ବିଜେପିର ବିପୁଳ ବିଜୟକୁ ନେଇ ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା ନଵୀନ ରାମଙ୍କ ନେତୃତ୍ବରେ ଏକାଠି ହୋଇ ଯୋଶ୍ମନାଇଛନ୍ତି ।ଆକାଶବାଜି ବୋମା ଫୁଟାଇ ଯୋଶ୍ ମନାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ବିଜେପି ନେତୃବୃନ୍ଦ ତଥା ସାଂସଦ ପ୍ରତିନିଧି ମନୋଜ ଦାସ, କିଶୋର ରଜକ, ସୁନ୍ଦର ମହାନ୍ତି, ବିକାଶ ମହାନ୍ତ, ଚିକୁ ରାମ, ଗୌରବ ଅଗ୍ରଓ୍ବାଲ, ଶଶାଙ୍କ କୁମାର , ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ଆଲୋକ ରଞ୍ଜନ ମହାନ୍ତି, ଲାଲା ବାରିକ, ମଳୟ ଦାସ ସମେତ ବହୁ ଦଳୀୟ ନେତୃଵୃନ୍ଦ ଓ କରନ୍ତି ସାମିଲ ହୋଇଥିଲେ ।ପ୍ରାକ୍ତନ ରାଜ୍ଯ‌ସଂପାଦକ ନବିନ ରାମ କହିଥିଲେ ଆଜି ଶାମା ପ୍ରକାଶ ମୁଖାର୍ଜୀଙ୍କ ସ୍ବପ୍ନ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନ ଘନ ଗସ୍ତ ଓ ପଶ୍ଚିମବଙ୍ଗକୁ ଶିଳ୍ପ ସମୃଦ୍ଧ ପ୍ରତିଶ୍ରୁତି,ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଜୀଙ୍କ ନିର୍ବାଚନ ପ୍ରଚାର ସହ ପଶ୍ଚିମବଙ୍ଗରେ ରହୁଥିବା ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଓଡିଆଙ୍କ ପାଖକୁ ଯାଇ ଓଡ଼ିଶାର ନେତୃବୃନ୍ଦ ବୁଝାଇବା ର ସାମର୍ଥ୍ୟ ଯୋଗୁଁ ବିଜେପି ବାଜିମାତ୍ କରିନେଇଛି ।ତେଣୁ ସମସ୍ତଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବି ଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

Leave a Comment

error: Content is protected !!