ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ପାଇଁ ଦେବଦୂତ ସାଜିଲା ‘ବିନ୍ଦୁମିନା ସେବା ଫାଉଣ୍ଡେସନ

ଗୋଲାମୁଣ୍ଡା ବ୍ଲକ ପାଇଁ ଦେବଦୂତ ସାଜିଲା ‘ବିନ୍ଦୁମିନା ସେବା ଫାଉଣ୍ଡେସନ

ଜୁନାଗଡ଼ ( ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ପୁଣିଥରେ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଗରିବ ଓ ଅସହାୟଙ୍କ ପାଇଁ ସଙ୍କଟ ସମୟରେ ଦେବଦୂତ ସାଜିଛି ‘ବିନ୍ଦୁମିନା ସେବା ଫାଉଣ୍ଡେସନ’। ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁଳିହାରୀଗୁଡା ଗ୍ରାମର ଚେରୁ ଛତ୍ରିଆ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଛତିଶଗଡ଼ ରାଜ୍ୟ ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ, ମରଶରୀରକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ନିକଟରେ ଆବଶ୍ୟକ ଅର୍ଥ ନଥିଲା। ଉପାୟଶୂନ୍ୟ ହୋଇ ପରିବାର ଲୋକେ ମୃତଦେହ ଘରକୁ ନେବା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାହାଯ୍ୟ ପ୍ରାର୍ଥନା କରି ଏକ ଭିଡିଓ ସେୟାର କରିଥିଲେ।ଏହି ସହଯୋଗ ମାଗିବା ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ, ଏହା ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ନଜରକୁ ଆସିଥିଲା। ଫାଉଣ୍ଡେସନ ର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ କରାଯାଇ ରାୟପୁରରୁ କୁଳିହାରୀଗୁଡା ଗାଁକୁ ମୃତଦେହ ଆଣିବା ପାଇଁ ଏକ ଆମ୍ବୁଲାନ୍ସର ମାଗଣା ବ୍ୟବସ୍ଥା କରାଯାଇଥିଲା। ଫାଉଣ୍ଡେସନର ଏହି ମହତ ପ୍ରୟାସ ଯୋଗୁଁ ମୃତଦେହ ସମ୍ମାନର ସହ ନିଜ ଗାଁରେ ପହଞ୍ଚିବା ପରେ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ଏଭଳି ବିପଦ ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ଫାଉଣ୍ଡେସନ ଆଗକୁ ମଧ୍ୟ ଏମିତି ଗରିବ ଲୋକଙ୍କ ସେବା ଜାରି ରଖୁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

masiha

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

masiha

କଳିଙ୍ଗ ସେନା ର 25ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ କସ୍ତୁରବା ନାରୀ ମହଲ ୟୁନିଟ -1 ଭୁବନେଶ୍ୱର ରେ ଅନୁଷ୍ଠିତ,ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ

Sunil Chandra Nayak

Leave a Comment

error: Content is protected !!