ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଓଲମା ଓ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

ବଡଓଲମା ଓ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

ଡାବୁଗାଁ-୧୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବଡଓଲମା ଓ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି l ବଡଓଲମା ପଞ୍ଚାୟତ ସରପଞ୍ଚ ବୁଦେଇ ଭତରା ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସମିତି ସଭ୍ୟ ଲକିଚନ୍ଦ ଭତରା, ନାଏବ ସରପଞ୍ଚ ମୋହନ ମିର୍ଗାନ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାକ୍ତର ପ୍ରଦ୍ୟୁନ୍ନ କର, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, କୃଷି ଅଧିଦର୍ଶକ ନୀଳକଣ୍ଠ ପଣ୍ଡା, ଉଦ୍ୟାନ ଅଧିଦର୍ଶକ ପ୍ରମୋଦ କୁମାର ଗୌଡ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା, ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ, ଗ୍ରାମରୋଜଗାର ସେବକ ବଳଦେବ ଚାଲାଣ, ଯୋଗାଣ ସହାୟକ ଉପେନ୍ଦ୍ର ବିଶୋୟୀ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | ଏଥିରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ସେହିପରି ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଲୀଳାଦେଇ ମାଝି ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତରା, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ବିଡିଓ ଶରତ ମାଝି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସମିତି ସଭ୍ୟ ପରଶୁରାମ ଶବର, ନାଏବ ସରପଞ୍ଚ ପ୍ରଥମ ଅମନାତ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଗ୍ରାମ ରୋଜଗାର ସେବକ ଖଗେଶ୍ଵର ମିର୍ଗାନ, ରେଣୁକା ବଞ୍ଜରା ଓ ସୌମ୍ୟକାନ୍ତ ଚୌଧୁରୀ, ଯୋଗାଣ ସହାୟକ ଧନିରାମ ମାଳୀ, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଏବଂ ବିଭିନ୍ନ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ଯୋଜନା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଇବା ସହ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ତାଲିକା, ପ୍ରକଳ୍ପ ତାଲିକା ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ତାଲିକା ପ୍ରସ୍ତୁତ କରିବା ହେଉଛି ଏଇ କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଳିଗଲା ଚା ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଗଡିଆଯୋର ଗ୍ରାମ ରେ ଆଇନ ସଚେତନତା ଶିବିର 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

Leave a Comment

error: Content is protected !!