ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

ଡାବୁଗାଁ, ୧୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ – ମେଦନା ମୁଖ୍ୟ ରାସ୍ତା କଡରେ ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଇ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଏଥିରେ ଆଦିବାସୀ ଉନ୍ନୟନ ସଂସ୍ଥା ରୁ ୮୦ ଲକ୍ଷ ଅର୍ଥ ବ୍ୟୟରେ ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ନିର୍ମାଣ କରାଯିବ | ଏଥିରେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝି, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝି ଓ ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରା, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଡାବୁଗାଁ ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଦକ୍ଷିଣଓଡିଶା ଆଦିବାସୀ ମହାସଂଘ ଉପସଭାପତି ନରସିଂ ମାଝି, ଡାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ମୋହନସିଂ ଗଣ୍ଡ ଓ ଉପସଭାପତି ଫୁଲସିଂ ଜାନୀ, ସମ୍ପାଦକ ରାଇସିଂ ପୂଜାରୀ, ସହସମ୍ପାଦକ ମଙ୍ଗରାଜ ମାଝି, କୋଷାଧ୍ୟକ୍ଷ ଦୟାନିଧି ବଞ୍ଜରା, ଯୋଜନା କମିଟି ସଦସ୍ୟ ହିରେଣ୍ୟ ମାଝି, ଜିଲା ଜନଜାତି ମହିଳା ମୋର୍ଚ୍ଚା ସମ୍ପାଦିକା ଲକ୍ଷ୍ମୀ ବଞ୍ଜରା, ସମସ୍ତ ସରପଞ୍ଚ, ଭତ୍ରା ସମାଜ, ରାଜଗଣ୍ଡ ସମାଜ, ଶବର ସମାଜ, ବଞ୍ଜରା ସମାଜ, ସାନ୍ତା ସମାଜ ର ସଭାପତି ମାନେ ଓ ପରଜା ସମାଜ ର ଉପସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାପୁରରେ ବ୍ଲକ୍ ସ୍ଥରୀୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

masiha

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

masiha

Leave a Comment

error: Content is protected !!