ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

ନୂଆପଡା, ଖଡ଼ିଆଳ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସମାରୋହରେ ଉଦଘାଟକ ଭାବରେ ବିଶିଷ୍ଟ ନାଟ୍ଯକାର ତଥା ମହୋତ୍ସବ ପାଳନ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ , ବିଶିଷ୍ଟ ଅତିଥି ଭାବରେ ବିଶିଷ୍ଟ କବି ବଳଭଦ୍ର ମହାନ୍ତି, ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡକ୍ଟର ସୁଶାନ୍ତ କୁମାର ବିଶି , କବିତା ପାଠୋତ୍ସବର ଆବାହକ ତଥା କବି ଗୌରାଙ୍ଗ କୁମାର ସାହୁ ମଞ୍ଚାସୀନ ଥିଲେ । କବୟିତ୍ରୀ ରୁବି ଚୌଧୁରୀ ଓ ମନୋରମା ରଥ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। କବି କୈଳାସ ବାଗ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଚତୁର୍ଭୁଜ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । କବୟିତ୍ରୀ ସବିତା ପଟ୍ଟନାୟକ ମା ସରସ୍ଵତୀ ଙ୍କ ବନ୍ଦନା ଗାନ କରିଥିଲେ । କବିତା ପାଠୋତ୍ସବରେ କବି ଅର୍ଜୁନ ଛତୀଆ , ସଂଯୁକ୍ତା ପାଢ଼ୀ , ଶିରୀଶଙ୍କର ବାରିକ, ଲବଣେଶ୍ୱର ବାରିକ, ପବିତ୍ର ମୋହନ ପ୍ରଧାନ , ଅଶୋକ କୁମାର ବେହେରା , ଜୟଶ୍ରୀ ଦଣ୍ଡସେନା , ଜ୍ୟୋତିରାଦିତ୍ଯ ପୁଝାରୀ , ଅମୂଲ୍ୟ କୁମାର ମୁଣ୍ଡ , ଆଦିତ୍ୟ ନାରାୟଣ ପଣ୍ଡା ,ଯୋଗେଶ୍ୱର ରାଉତରାୟ, ବିପିନ ବିହାରୀ ସାହୁ,ନୃପରାଜ ତାଣ୍ଡି ,କୁନାଲ ଚରଣ ବେହେରା , ସତ୍ୟ ନାରାୟଣ ମିଶ୍ର,ତିଳ ରାଉତ , ଖରତ ଚନ୍ଦ୍ର ବାରିକ , ରମାକାନ୍ତ ସିଂହ ସାହାଣୀ , ଅବକାଶ ନାରାୟଣ ପଣ୍ଡା , ଶିଳା ତ୍ରିବେଦୀ ,ଆକାଶ କୁମାର ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମୁଣ୍ଡ, ପୂର୍ଣ୍ଣ ଚନ୍ଦ୍ର ସୁନାନୀ , ବିଭୂତି ଭୂଷଣ ବିଶି ପ୍ରମୁଖ ଶତାଧିକ କବି ସ୍ୱରଚିତ କବିତା ପଠନ କରିଥିଲେ । ଏହି ଅବସରରେ କୋଶଲି କୁଇନ୍ ମୀରା ଵାଈ ପାଣିଗ୍ରାହୀ ଖଡ଼ିଆଳ ମହୋତ୍ସବ ଅଵସ୍ତ୍ରରରେ ରାଜ୍ୟ ସ୍ଥରୀୟ ପାଠ ଚକ୍ର ଅଵସ୍ତ୍ରରେ ହୋଇଥିବା ସମ୍ମିଳନୀ ରେ ଗଛ କୁ ହାଣିବା ଉଚିତ ନୁହେଁ ଏମିତି ଏକ ଶିକ୍ଷା ଥିବା ଗୀତି କବିତା ପାଠ କରି ସମସ୍ତ ଙ୍କୁ ବିମୋହିତ କରି ଦେଇଥିଲେ ।କୋଶଲି କୁଇନ୍ କୁ ସମ୍ମାନିତ କରାଯାଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

ଟ୍ରକ ଓ ଅଟୋ ମୁହଁ।ମୁହିଁ ଧକ୍କା 3 ମୃତ୍ୟୁ ୬ ଗୁରୁତର

masiha

Leave a Comment

error: Content is protected !!