ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

ତାରିଖ: ୨୧.୧୧.୨୦୨୫ — ରାୟଗଡ଼ ଜିଲ୍ଲା ରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫. ମହା ସମାରୋହରେ ପାଳିତ ହୋଇଯାଇଛି। ୫୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଚାଷୀ ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼ ଶ୍ରୀ ମୃଣ୍ମୟ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏଶ୍. କେ. ଏହେସାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ରାୟଗଡ଼ ଶ୍ରୀ ସୁଶାନ୍ତ କୁମାର ଗଉଡ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ରାୟଗଡ଼ ଶ୍ରୀ ସଙ୍କର ଚାଲାଣ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିଭାଗ ଶ୍ରୀ ସମ୍ପଦ ସ୍ଵରୂପ ସାମଲ ଯୋଗ ଦେଇଥିଲେ । ଏହି ଅବସରରେ ସଫଳ ମତ୍ସ୍ୟଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡ଼ ଜିଲ୍ଲାର ମତ୍ସ୍ୟ ବିକାଶ କ୍ଷେତ୍ରରେ କାର୍ଯ୍ୟଧାରା ଉପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଜର ଅଭିଭାଷଣ ରଖିଥିଲେ। ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ, ମୁଖ୍ୟାଳୟ, ରାୟଗଡ଼ ସୁଶ୍ରୀ ପ୍ରୀତିଶ ନନ୍ଦା ପଟ୍ଟନାୟକ ଆଲୋଚନା କରିଥିଲେ। ଏହା ସହିତ ମତ୍ସ୍ୟ ସମ୍ପଦର ସୁରକ୍ଷା, ଜଳ ସମ୍ପଦ ର ଦାୟିତ୍ଵପୂର୍ଣ୍ଣ ପରିଚାଳନା ଦିଗ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ ସେ ସମ୍ପର୍କରେ ବିଶେଷଭାବେ ଅତିଥିମାନେ ମତ୍ସ୍ୟ ଚାଷୀଙ୍କର ଦୃଷ୍ଟିଆକର୍ଷଣ କରଥିଲେ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା ସହ ରାୟଗଡ଼ ଜିଲ୍ଲା କିପରି ମାଛ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିବ ସେ ବିଷୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ନିଜର ମାତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ବିଭାଗ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସହାୟତା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାନଝରୀ ଗ୍ରାମ ପଞ୍ଚାୟତ ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ଚାଲିବ ଅଭିଯାନ

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!