ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ

ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ

ଢେଙ୍କାନାଳ:ତା.୨୧.୧୧.୨୦୨୫ରିଖ: ନିକଟରେ ସ୍ଥାନୀୟ ମା କମଳା ମଣ୍ଡପ ସଭାଗୃହରେ ଦିବା ୧୧ ଘଟିକା ସମୟରେ ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ୭୫ ବର୍ଷ ବୟସରେ ଦୁଃଖଦ ବିୟୋଗରେ ନିରାଡ଼ମ୍ବର ଭାବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ସ୍ୱର୍ଗତ ମହାପାତ୍ରଙ୍କ ପରିବାରବର୍ଗଙ୍କ ଅବାହକତ୍ବରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳର ପ୍ରାକ୍ତନ ମାନ୍ୟବର ବିଧାୟକ ସୁଧୀର କୁମାର ସାମଲ (ନିଧି ଭାଇ) ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସ୍ୱର୍ଗତ ଅମୂଲ୍ୟ ମହାପାତ୍ର ଜଣେ ବରିଷ୍ଠ ଚିତ୍ରକାର,ସମାଜସେବୀ,ଧର୍ମପ୍ରାଣ,ସ୍ନେହୀ, ପରୋପକାରୀ,ସୁପିତା,ସୁଗୃହକର୍ତ୍ତା ଥିଲେ ବୋଲି ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଳା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦାନ କରି ସ୍ୱର୍ଗତ ମହାପାତ୍ର ବରିଷ୍ଠ ଚିତ୍ରକାର ଓ ବିଶିଷ୍ଟ ସମାଜସେବୀ ଭାବରେ ନିଜ ପାଇଁ ସମାଜରେ ଯେଉଁ ସ୍ଥାନ ସୃଷ୍ଟି କରିପାରିଛନ୍ତି ତାହା ଅପୂରଣୀୟ ହୋଇ ରହିବ ଓ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଉପ ନଗର ପାଳ ପ୍ରକାଶ ଚନ୍ଦ୍ର କୁଅଁର,ଯୁବ ନେତା,ଢେଙ୍କାନାଳ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷାବିତ୍ ଡ.ସମୀର ସାହୁ ଓ ଅନ୍ୟତମ ସମ୍ମାନୀତ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଭାବରେ ଏହି ମହାନ ଆତ୍ମାଙ୍କର ସଦ୍ ଗତି କାମନା କରି ସ୍ଵୀୟ ବକ୍ତବ୍ୟ ମାଧ୍ୟମରେ ସ୍ୱର୍ଗତ ମହାପାତ୍ରଙ୍କର ଚିତ୍ରକାର ଜୀବନ,ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠକ ଭାବରେ ସଂଘର୍ଷମୟ ଘଟଣା ବହୁଳ ଜୀବନ,ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠାଠାରୁ ଆରମ୍ଭ କରି ନିରବଚ୍ଛିନ୍ନ ଭାବରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ କର୍ମମୟ,ତ୍ୟାଗପୂତ ସଂଘର୍ଷମୟ ସତ୍ୟ ଘଟଣାବଳୀ ସବୁର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଦୁଇଟି ଇଂରାଜୀ ଓ ଦୁଇଟି ଓଡ଼ିଆ ସନେଟ୍ ପାଠ କରିଥିଲେ।ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ।ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସେ ଜଣେ ଅତ୍ୟନ୍ତ ପ୍ରେମଶିଳ,ଅମାୟିକ,ସ୍ନେହୀ,ଧର୍ମପ୍ରାଣ,ନିର୍ଭୀକ, ସ୍ପଷ୍ଟବାଦୀ,ଦରଦୀହୃଦୟଧାରୀ,ସଦ୍ ଗୁଣସମ୍ପର୍ଣ୍ଣ,ବରିଷ୍ଠ ଚିତ୍ରକାର ଓ ବିଶିଷ୍ଟ ସମାଜସେବୀ ତଥା ଦରଦୀ ବନ୍ଧୁ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ଦୃଢ଼ ମତ ପ୍ରଦାନ କରିଥିଲେ।ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବାଶିଷ ମିଶ୍ର,ଶ୍ରୀକାନ୍ତ ଧଳ,ସମାଜସେବୀ ଚକ୍ରଧର ନାୟକ,ଦେବୀ ପ୍ରସାଦ ଭୂତିଆ,ନାରୀ ନେତ୍ରୀ ଆଡ୍ ଭୋକେଟ୍ ସାଇଶ୍ରୀ ପଟ୍ଟନାୟକ,ନାରୀ ନେତ୍ରୀ ରୋଟାରିଆନ୍ ସାଗରିକା ମିଶ୍ର,ଢେଙ୍କାନାଳ ବାର୍ କାଉନସିଲ୍ ର ପ୍ରାକ୍ତନ ସଭାପତି ଶିବସାଇ ମହାପାତ୍ର,ଲକ୍ଷ୍ମୀଧର ସାହୁ,ପ୍ରକାଶ ମିଶ୍ର, ଜଗଦାନନ୍ଦ ଦାସ,ପ୍ରଣତି ପଣ୍ଡା,ଶୁଭଲକ୍ଷ୍ମୀ ସାହୁ,ବରିଷ୍ଠ ସାମ୍ବାଦିକ ରତନ ନାୟାର,ଅରବିନ୍ଦ ସାହୁ,ବିନୋଦ କୁମାର ମହାନ୍ତି,ମାନସ ତ୍ରିପାଠୀ,ଅଥୟ କୁମାର ସାହୁ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସମସ୍ତ ବକ୍ତା ସ୍ୱର୍ଗତ ମହାପାତ୍ରଙ୍କ ସୁଗୁଣାବଳୀ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ଦ୍ଵାଦଶାହ ଶ୍ରାଦ୍ଧ ଅର୍ପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପରିବାରର ସଦସ୍ୟା,ସଦସ୍ୟ ଓ ସବୁରି ପ୍ରିୟ ଅମୂଲ୍ୟ ଭାଇନାଙ୍କୁ ଭଲ ପାଉଥିବା ତାଙ୍କର ସାଥୀ ସହକର୍ମୀ,ଶୁଭେଚ୍ଛୁମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି ଆବେଗପୂର୍ଣ୍ଣ ସ୍ମୃତିଚାରଣ କାର୍ଯ୍ୟକ୍ରମ ଯାହା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା।ଅନ୍ୟମାନଙ୍କ ମଧ୍ୟରେ ପରିବାରର ଅନେକ ସଦସ୍ୟା,ସଦସ୍ୟ,ହତଭାଗ୍ୟ କନ୍ୟା ନିଲାଶ୍ରୀ ମହାପାତ୍ର,ବିଶ୍ୱଜିତ୍ ମିଶ୍ର,ଉର୍ବଶୀ ମହାପାତ୍ର,ଦେବେନ୍ଦ୍ର ସେଠୀ,ପ୍ରୀୟଶ୍ରୀ ମହାପାତ୍ର,ବିଶ୍ୱଜିତ୍ ଦାସ,ବନଶ୍ରୀ ମହାପାତ୍ର,ବିନୟ ରଥ,ନିଶାନ୍ତ ମିଶ୍ର,ନିଶ୍ଚିନ୍ତା ମିଶ୍ର,ଆଲୋକ ରଥ,ନନ୍ଦିନୀ ରଥ,ଯଜ୍ଞାସେନୀ ମଲ୍ଲିକ,ସୁପରିମିତା ଶୁଭଦର୍ଶିନୀ,ଜିଜ୍ଞାସା ମଲ୍ଲିକ,ଏକାଶିନି ମଲ୍ଲିକ,ଜଳଧର ମଲ୍ଲିକ,ରାମେଶ୍ଵରୀ ତ୍ରିପାଠୀ,ଅଜିତ୍ ତ୍ରିପାଠୀ,ସାଗର ତ୍ରିପାଠୀ,କାଜଲ୍ ଦାସ,ବିନ୍ଦିଆ ଦାସ,ବନ୍ଧୁମାନେ ଓ ସମସ୍ତ ପରିବାର ବର୍ଗ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ମହାପାତ୍ରଙ୍କର ଜୀବନର ପ୍ରତିଟି ଅଭୁଲା ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ। ଜୀବନର ପଞ୍ଚସ୍ତରୀ ଶରତ ମଧ୍ୟରୁ କର୍ମଜୀବନ ରୂପେ ଜୀବନର ପଞ୍ଚସ୍ତରୀ ବସନ୍ତ କୃତିତ୍ବର ସହ ଅତିବାହିତ କରିଥିଲେ।ଏହି ଅବସରରେ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଥିଲେ ଓ ସ୍ବର୍ଗତ ମହାପାତ୍ରଙ୍କର ଗୁଣଗାନ କରିଥିଲେ।ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଭାପତି ଭାବରେ ସଫଳ ସଭା ସୁପରିଚାଳନା କରିଥିବାବେଳେ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର,
ବରିଷ୍ଠ ଶିକ୍ଷାବିତ୍,ପରାମର୍ଶଦାତା,ମାର୍ଗଦର୍ଶକ,ପର୍ଯ୍ୟବେକ୍ଷକ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା 
ଦୂରଭାଷ :୯୪୩୭୧୦୬୫୬୯; ୭୦୦୮୯୫୯୯୪୫;
ଇ-ମେଲ: debisirscience@gmail.com
debiprasadmishra085@gmail.com

Related posts

ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାଠାରେ ଏକ ସଫଳ ସ୍ଲୋଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦାସୀ ଗାଁ ପଞ୍ଚାୟତ ରେ ଭତ୍ତା ବାଣ୍ଟିଲେ ବିଧାୟକ

Sunil Chandra Nayak

କାଉଗୁଡାଠାରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ସମ୍ମିଳନୀ

masiha

Leave a Comment

error: Content is protected !!