ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍କଟ ସଚେତନତା ଶିବିର

କର୍କଟ ସଚେତନତା ଶିବିର

ରାଉରକେଲା,୨୧/୧୧ : ସିଭିଲଟାଉନସିପସ୍ଥ କ୍ୟାରିୟର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଠାରେ ଏକ ଦିନିକିଆ କର୍କଟ ରୋଗଚିହ୍ନଟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଶାସକ ଡକ୍ଟର ଉମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପଣ୍ଡା କ୍ୟାନସର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡ଼ା ରଞ୍ଜିତ କର ମୁଖ୍ୟ ଅତିଥିଭାବେ ଉଦଘାଟନ କରି କର୍କଟ ଚିହ୍ନଟ ଓ ଏହାର ନିଦାନ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଥମରୁ ସଚେତନ ହୋଇ ଔଷଧ ସେବନ କଲେ କର୍କଟକୁ ଦୂରେଇ ଦେଇ ହେବ ବୋଲି ସେ କହିଥିଲେ। ଏହି ଅବସରରେ ଅନୁଷ୍ଠାନର ଏଏନଏମ, ଜିଏନଏମ ଓ ଡିଏମଏଲଟି ଛାତ୍ରଛାତ୍ରୀ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ଦେଇ ବେଦମନ୍ତ୍ର ପାଠ ସହ ସ୍ବାଗତ କରିଥିଲେ। ସମ୍ମାନିତ ଅତିଥିଭାବେ ସମ୍ବାଦର ସହ ସଂପାଦକ ଅଶୋକ କୁମାର ପାତ୍ର, ଉତ୍କଳ ମେଲର ଅମୂଲ୍ୟ କୁମାର ଜେନା ପ୍ରମୁଖ ଯୋଗଦେଇ ଭୟଭୀତ ନହୋଇ କ୍ୟାନସରକୁ ଧର୍ଯ୍ୟର ସହିତ ମୁକାବିଲା କରିବାକୁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାରିୟର୍ ଅନୁଷ୍ଠାନର ନିର୍ଦ୍ଦେଶିକା ସରିତା ପ୍ରଧାନ , ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ, ଅଧ୍ୟାପିକା ପ୍ରିୟଙ୍କା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଡ. ଉମାକାନ୍ତ ପଣ୍ଡା ଅତିଥିମାନଙ୍କ ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର କାର୍ଯ୍ୟାଳୟ ପ୍ରମୁଖ ପ୍ରଭା ସୋରେନ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!