ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ

କଟକ : କଟକ ସଦର ୪୨ ମୌଜା କୁଲସରିଚୁଆଁ ସ୍ଥିତ ଆର୍ ଏମ ସ୍କୁଲ ରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇ ଯାଇଛି, ଏହି ଅବସରରେ ସକାଳୁ ପିଲାମାନେ ଶିକ୍ଷୟତ୍ରୀ ମାନଙ୍କ ମାର୍ଗଦର୍ଶନ ରେ (ସ୍ୱଚ୍ଛ ଭାରତ କଜ୍ୟକ୍ରମ ପାଇଁ)ପ୍ରଥମେ ସ୍କୁଲ ପରିସର ଓ ଏହାର ଆଖ ପାଖ ଅଞ୍ଚଳ ସଫା କରିଥିଲେ, ପରେ ପରେ ପିଲା ମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ଅଙ୍କନ ପ୍ରତିଯୋଗିତା କରା ଯାଇଥିଲା, ପରେ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଦିବସ ପାଳନ ଓ ପୂଜା ଅର୍ଚ୍ଚନା କରା ଯିବା ସହ ପର୍ଥାନ ସଭା କରା ଯାଇଥିଲା।ଶେଷରେ ପିଲା ମାନେ ପରିବେଶ ସଫା ସୁତରା ରଖିବାର ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧକ୍ଷା ଲକ୍ଷ୍ମୀପ୍ରିୟା ଭୋଳ ଙ୍କ ସହ ଉପଧକ୍ଷା ସରସ୍ଵତୀ ସାମନ୍ତରାୟଙ୍କ ମାର୍ଗ ଦର୍ଶନ ରେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଙ୍କ ସହଯୋଗରେ ପିଲାମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା, ଏହି କାର୍ଯକ୍ରମ ରେ ସ୍କୁଲ ର ପ୍ରିୟତମା ସ୍ୱାଇଁ, ମାନସୀ ଲେଙ୍କା, ସରୋଜିନୀ ମହାପାତ୍ର, ସ୍ୱାଗତିକା ସ୍ୱାଇଁ, ପ୍ରିତିଶ୍ରି ଲେଙ୍କା, ବର୍ଷା ମୂଳିଆ, କାଜଲ ପ୍ରଧାନ, ଅଲିଭା ଦଳାଇ ପ୍ରମୁଖ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ସହଯୋଗ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

Sunil Chandra Nayak

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

Sunil Chandra Nayak

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ ।

Leave a Comment

error: Content is protected !!