ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

ତିର୍ତ୍ତୋଲ :- ତା 15/01/23 /- ସଂସାର କରିବାର ସ୍ବପ୍ନକୁ ଅଧବାଟରେ ଛାଡ଼ିଦେଇ ସ୍ୱାମୀ ଚାଲିଗଲେ ଆରପାରିକି ! ମୁଣ୍ଡଉପରେ ଲଦି ଦେଇଗଲେ ଗତବୟସ୍କ ବାପା, ମା’ ଆଉ ଛୋଟ ଝିଅଟିକୁ ! କେମିତି ପ୍ରତିପୋଷଣ ହେବ ପରିବାର ! ବହୁ ଦୁଃଖକଷ୍ଟ ଭିତରେ ବୁଡିରହି ମଧ୍ୟ ବଞ୍ଚିବାର ରାସ୍ତା ଖୋଜି ଚାଲିଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମ ନିବାସିନୀ ସସ୍ମିତା ସିଂ !ଅଳ୍ପ ବୟସର ବୈଧବ୍ୟ ସାଙ୍ଗକୁ ପରିବାରର ଦାୟିତ୍ୱ,ବୋଝ ଉପରେ ନଳିତା ବିଡା ପରି ସସ୍ମିତାଙ୍କ ମାନସିକ ଦୁଶ୍ଚିନ୍ତା ର କାରଣ ହୋଇଥିବା ବେଳେ ଦେବଦୂତ ପରି ସାହାଯ୍ୟର ହାତ ବଢ଼େଇଥିଲେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ! ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଗୋଟିଏ ସିଲେଇ ମେସିନ ପ୍ରଦାନ କରିଥିଲେ ସସ୍ମିତାଙ୍କୁ ! ଏହି ଅସହାୟ ସମୟରେ ବ୍ୟାସ ଫାଉଣ୍ଡେସନ କୁ ଅବଗତ କରାଇଥିଲେ ତିର୍ତ୍ତୋଲ ଏକ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସନାତନ ଦଳାଇ, ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କୁମାର ରାଉତ ଏବଂ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ! ବ୍ୟାସ ଫାଉଣ୍ଡେସନର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଗଗନ ବିହାରୀ ପୃଷ୍ଟି ଙ୍କ ଆର୍ଥିକ ପୃଷ୍ଠପୋଷକତାରେ ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ, ସଭାପତି ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ଓ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସସ୍ମିତା ସିଂ ଙ୍କୁ ସିଲେଇ ମେସିନ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା ! ବ୍ୟାସ ଫାଉଣ୍ଡେସନର ଏପରି ସେବାଧର୍ମୀ କାର୍ଯ୍ୟକୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଥିବା ବେଳେ ଶ୍ରୀମତୀ ଆଚାର୍ଯ୍ୟ ଅନ୍ୟ ସାମାଜିକ ଅନୁଷ୍ଠାନର ସସ୍ମିତା ସିଂ ଙ୍କ ପ୍ରତି ସହାୟତା କାମନା କରିଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ତାଲିମ

masiha

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

Sunil Chandra Nayak

ମୁମୂର୍ଷୁ ଅବସ୍ଥା ରେ ଥିବା ଇନ୍ଦ୍ରାବତୀ କୁ ପ୍ରାକୃତିକ ଓ କୃତ୍ରିମ ସୌନ୍ଦର୍ଯ୍ୟ ର ମିଶ୍ରଣ ଜୀବ ଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର 

Sunil Chandra Nayak

Leave a Comment

error: Content is protected !!