ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

ତିର୍ତ୍ତୋଲ :- ତା 15/01/23 /- ସଂସାର କରିବାର ସ୍ବପ୍ନକୁ ଅଧବାଟରେ ଛାଡ଼ିଦେଇ ସ୍ୱାମୀ ଚାଲିଗଲେ ଆରପାରିକି ! ମୁଣ୍ଡଉପରେ ଲଦି ଦେଇଗଲେ ଗତବୟସ୍କ ବାପା, ମା’ ଆଉ ଛୋଟ ଝିଅଟିକୁ ! କେମିତି ପ୍ରତିପୋଷଣ ହେବ ପରିବାର ! ବହୁ ଦୁଃଖକଷ୍ଟ ଭିତରେ ବୁଡିରହି ମଧ୍ୟ ବଞ୍ଚିବାର ରାସ୍ତା ଖୋଜି ଚାଲିଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମ ନିବାସିନୀ ସସ୍ମିତା ସିଂ !ଅଳ୍ପ ବୟସର ବୈଧବ୍ୟ ସାଙ୍ଗକୁ ପରିବାରର ଦାୟିତ୍ୱ,ବୋଝ ଉପରେ ନଳିତା ବିଡା ପରି ସସ୍ମିତାଙ୍କ ମାନସିକ ଦୁଶ୍ଚିନ୍ତା ର କାରଣ ହୋଇଥିବା ବେଳେ ଦେବଦୂତ ପରି ସାହାଯ୍ୟର ହାତ ବଢ଼େଇଥିଲେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ! ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଗୋଟିଏ ସିଲେଇ ମେସିନ ପ୍ରଦାନ କରିଥିଲେ ସସ୍ମିତାଙ୍କୁ ! ଏହି ଅସହାୟ ସମୟରେ ବ୍ୟାସ ଫାଉଣ୍ଡେସନ କୁ ଅବଗତ କରାଇଥିଲେ ତିର୍ତ୍ତୋଲ ଏକ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସନାତନ ଦଳାଇ, ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କୁମାର ରାଉତ ଏବଂ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ! ବ୍ୟାସ ଫାଉଣ୍ଡେସନର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଗଗନ ବିହାରୀ ପୃଷ୍ଟି ଙ୍କ ଆର୍ଥିକ ପୃଷ୍ଠପୋଷକତାରେ ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ, ସଭାପତି ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ଓ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସସ୍ମିତା ସିଂ ଙ୍କୁ ସିଲେଇ ମେସିନ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା ! ବ୍ୟାସ ଫାଉଣ୍ଡେସନର ଏପରି ସେବାଧର୍ମୀ କାର୍ଯ୍ୟକୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଥିବା ବେଳେ ଶ୍ରୀମତୀ ଆଚାର୍ଯ୍ୟ ଅନ୍ୟ ସାମାଜିକ ଅନୁଷ୍ଠାନର ସସ୍ମିତା ସିଂ ଙ୍କ ପ୍ରତି ସହାୟତା କାମନା କରିଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କବି  ଶ୍ରୀଜୟଦେବ ଜୟନ୍ତୀ ସମାରୋହ ପାଳିତ 

masiha

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!