ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସାମନ୍ନାରେ ଏକ ଫୁଟ ଗାତ ଗାଡି ଚଳା ଚଳ ଅସୁବିଧା 

ବିଦ୍ୟାଳୟ ସାମନ୍ନାରେ ଏକ ଫୁଟ ଗାତ ଗାଡି ଚଳା ଚଳ ଅସୁବିଧା 

ବନ୍ଧୁଗାଁ ତା, ୪/୯/୨୪, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବ୍ଲକ ସଦର ଠାରୁ ଆନ୍ଦ୍ର ସୀମାନ୍ତ ସିଡ଼ି ସିଡ଼ିବାଲସା ପର୍ଯ୍ୟନ୍ତ ଅନେକ ସ୍ଥାନରେ ରାସ୍ତାରୁ ପିଚୁ ସହ ରାସ୍ତାର ମେଟାଲ ମଧ୍ୟ କିଛି ସ୍ଥାନରେ ବାହାରି ଥିବା ସହ ଆଲମଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ସାମନ୍ନାରେ ପୂର୍ତ୍ତବିଭାଗ ର ରାସ୍ତା (PWD ) ଆନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଦବିଯାଇ ଖାତ ହୋଇଯାଇଛି I ଯଦ୍ୱାରାକି ଗାଡି ଚଳାଚଳ ଅସୁବିଧା ହୋଉଥିବାର ଗ୍ରାମବାସୀ କହିଥିଲେ I ଏଥିପ୍ରତି ପୂର୍ତ୍ତବିଭାଗ ଏହାକୁ ଆଲୋକ ପାତ କଲେ ଭଲ ହୋଇଥାନ୍ତା I ଯେତେ ଶୀଘ୍ର ସେତେ ଜଲ୍ଦି ଏହି ଦବିଥିବା ରାସ୍ତା ଦେଇ ପ୍ରାୟ ଯାନ ବାହାନ ଚଲାବୁଲା ହୋଇଥାଏ I ଦୁଇ ଚକିଆ ଯାନ ଚଲାଇବା ଚାଳକ ଯଦି ଅଳ୍ପ ମାତ୍ରାକେ ରାସ୍ତାରୁ ଆଖିର ନଜର ହଟିଲେ ରାସ୍ତାରେ ପଡିବାର ସମ୍ଭାବନା ଅଧିକ ହୋଇଛି I ବର୍ତମାନ ଆଜି ସନ୍ଧ୍ୟାରେ ଏକ ଅଶୋକ ଲାଇଲାଣ୍ଡ ଟ୍ରକ ଓଡି ୦୨ସି ଏଲ ୭୮୦୧ ଗାଡିରେ ନିଲାବାଡ଼ିରୁ ଆନ୍ଦ୍ରରୁ ପାର୍ବତି ପୁରମକୁ ଯାଉଥିବା ଏଡ଼ଗୁମ ବାଲଶା ନିକଟ ଗାଯାଲ ଖାନା ନିକଟରେ ଗୋଟିଏ ଗାଡିକି ସାଇଡ ଦେବା ସମୟରେ ରାସ୍ତା ମଝିରେ ଖାତରେ ଗାଡି ଗୋଟିଏ ପଟେ ୫୦% ଚକା ଦବି ଯାଇଛି ଅଳ୍ପକେ ବର୍ତଯାଇଛି ଗାଡି ପଡିବା ପାଇଁ I ଏଥିପାଇଁ ଚାହୁଁଚନ୍ତି ଯେତେ ସ୍ଥାନରେ ଖାଲ ଢିପ ଗାତ ହୋଇଛି ପୂର୍ତ୍ତ ବିଭାଗ ନଜରରେ ଆଣି ମୋରାମତି କୋରାଯାଉ ବଲି ଅଞ୍ଚଳବାସି ସାଧାରଣରେ ଦାବି ହୋଇଛି i ଉକ୍ତ ବିଷୟକୁ ନେଇ ପୂର୍ତ୍ତ ବିଭାଗର ଅଧିକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ କିଛି ଗାତରେ ମେଟାଲ ଓ ବୋଯରି ମିଶା ପକାଯାଇଛି ମୁଁ କାଲିକୁ ଯାଇ ଦେଖି ସେଠାରେ ଯେଉଁ ସ୍ଥାନରେ ଗାଡି ଦୋବିଛି ସେଠାରେ ମଧ୍ୟ ମେଟାଲ ଓ ବୋଜୁରୀ ମିଶା ମୋଶଲାକୁ ପକାବାର ବ୍ୟବସ୍ତା କରିବି ବଲି କହିଥିଲେ I 

ବନ୍ଧୁଗାଁ ବ୍ଲକରୁ ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟ

Related posts

ମାଁ ମାଣିକେଶ୍ବରୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯରେ ଲୋକେ ଶ୍ରମଦାନ କଲେ

Sunil Chandra Nayak

ଚର୍ଚ୍ଚାରେ ଲୋକପ୍ରତିନିଧି ,ଦୁଇଟି ପଦବୀରେ ସମିତିସଭ୍ୟ ଓ ଗାଁସାଥି 

Sunil Chandra Nayak

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!