ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସ -କ୍ୟାଡ଼ର ଶିକ୍ଷକ ସଂଘ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ପାଳିତ 

ଏକ୍ସ -କ୍ୟାଡ଼ର ଶିକ୍ଷକ ସଂଘ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ପାଳିତ 

ଭବାନୀପାଟଣା -୫/୯-ଭବାନୀପାଟଣା ବ୍ଲକ ଏକ୍ସ -କ୍ୟାଡ଼ର ଶିକ୍ଷକ ସଂଘ ଆନୁକୂଲ୍ୟରେ ଭାରତରତ୍ନ ଡ଼ :ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ୧୩୬ ତମ ଜୟନ୍ତୀ ତଥା ପବିତ୍ର ଗୁରୁଦିବସ ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ମଙ୍ଗଳା ମନ୍ଦିର ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି l ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଜୟ କୁମାର ମାଝୀ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, କଲେଜ ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ ସୁମିତ କୁମାର ନାଗ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଏବଂ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ l ଅଜ୍ଞାନ ଅନ୍ଧାର ଦୂର କରି ଜ୍ଞାନର ଆଲୋକ ଦେଖାଉଥିବା ଗୁରୁ ସର୍ବକାଳେ ବନ୍ଦନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ନିକଟ ଭବିଷ୍ୟତ ରେ ଅବସର ନେବାକୁ ଥିବା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସଂଘ ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଖମାରୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ, ଜିଲ୍ଲା ଉପସଭାପତି ଲଳିତ ନାଏକ, ଅନିଲ ପଟ୍ଟନାୟକ, ଟୁନା ସ୍ୱାଇଁ, ସମସ୍ତ ବ୍ଲକସଂଘ ସଭାପତି ସମ୍ପାଦକ ଯୋଗ ଦେଇଥିଲେ l ସଦର ବ୍ଲକ ସଭାପତି ଦାମୋଦର ଚନ୍ଦନ ଓ ସମ୍ପାଦକ ନିତ୍ୟାନନ୍ଦ ରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଦର ବ୍ଲକ ର ସମସ୍ତ ଏକ୍ସ -କ୍ୟାଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l

ପ୍ରଦିପ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

masiha

ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ 

masiha

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

Leave a Comment

error: Content is protected !!