ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ -୨୦୨୩ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବ୍ୟ କବିତା ପାଠୋତ୍ସବ

କରୁଣା ଓ ସମ୍ବେଦନଶୀଳତା କବିତାର ଭୂଷଣ: କବି ଜୟନ୍ତ ମହାପାତ୍ର।

କରୁଣା ଓ ସମ୍ବେଦନଶୀଳତା ହେଉଛି କବିତାର ପ୍ରଧାନ ଭୂଷଣ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜିର ଏହି ଭବ୍ୟ କବିତା ଓ ଗୀତିକବିତା ପାଠୋତ୍ସବ ହେଉଛି ସମାଜକୁ ଏହି ବାର୍ତ୍ତାର ଅନୁପ୍ରେରଣ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ତା୧୪.୦୬.୨୦୨୩ରିଖ ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ଖ୍ୟାତନାମା କବି ଶ୍ରୀ ଜୟନ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ ଏହା କହିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜୁନ୧୪ ଓ ୧୫ ତାରିଖ ଦୁଇ ଦିନ ଧରିbପାଳନ ହେଉଥିବା ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ-୨୦୨୩ ଅବକାଶରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ରାଜ୍ୟର ବହୁ ବରିଷ୍ଠ ଓ ପ୍ରତିଷ୍ଠିତ କବି ଯୋଗଦେଇ ସ୍ଵରଚିତ କବିତା ପାଠ କରିଥିଲେ। ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ, ଉପ ସଭାପତି ଡକ୍ଟର ସଂଗ୍ରାମ ଜେନା ଓ ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ ବରେଣ୍ୟ କବିମାନଙ୍କୁ ସ୍ଵାଗତ କରିଥିଲେ ଓ ଉତ୍ତରୀୟ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କବିତା ପାଠ କରିଥିବା କବିମାନଙ୍କ ମଧ୍ୟରେ ଥିଲେ ସୀତାକାନ୍ତ ମହୋପାତ୍ର, ବଂଶୀଧର ଷଡ଼ଙ୍ଗୀ, ସୌଭାଗ୍ୟ କୁମାର ମିଶ୍ର,ଫନୀ ମହାନ୍ତି, ପ୍ରତିଭା ଶତପଥୀ, ଆଶୁତୋଷ ପରିଡ଼ା, ଅମରେଶ ପଟ୍ଟନାୟକ, ଭଗବାନ ଜୟସିଂହ, ବିପିନ୍ ନାୟକ, ଶତ୍ରୁଘ୍ନ ପାଣ୍ଡବ, ରଞ୍ଜିତା ନାୟକ, ସୌଭାଗ୍ୟବନ୍ତ ମହାରଣା, ପୀତାମ୍ବର ତରାଇ, ପ୍ରବାସିନୀ ମହାକୁଡ଼, ବିମଳ ଜେନା ଓ ସୁଚେତା ମିଶ୍ର। 

ଯେଉଁ ଗୀତିକବିମାନେ ସ୍ଵରଚିତ ଗୀତିକବିତା ପାଠ କରିଥିଲେ, ସେମାନେ ହେଲେ ଦେବେନ୍ଦ୍ର ଦାସ, ସୁବାସ କର, ଗୌର ପଟ୍ଟନାୟକ, ଅଲେଖଚନ୍ଦ୍ର ପଢ଼ିଆରୀ, ମନୋଜ ପଟ୍ଟନାୟକ, ହୃଦାନନ୍ଦ ପାଣିଗ୍ରାହୀ, ମନୋଜ ମହାନ୍ତି ଓ ସଚ୍ଚି ମହାନ୍ତି।

ଏକ ସ୍ଵତନ୍ତ୍ର ଅଧିବେଶନରେ ଏକାଡେମୀର ସଭ୍ୟ/ସଭ୍ୟମାନେ ସ୍ଵରଚିତ କବିତା ପାଠ କରିଥିଲେ। ଡକ୍ଟର ମଲ୍ଲିକ ତାଙ୍କର ସଭାପତି ଅଭିଭାଷଣରେ କହିଥିଲେ ଯେ, ସାହସର ସହ କବିତା ଲେଖୁଥିବା କବି ଜୀବନରେ କଦାପି ପ୍ରତାରିତ ବା ହତାଶ ହୁଏନାହିଁ ।

ସଂପ୍ରତି ନାନା ଘନଘଟାରେ ପରିପୂର୍ଣ ପୃଥିବୀର ମହରର ବିକାଶରେ ଆଜିର କବିତା ପାଠୋତ୍ସବ ନିଶ୍ଚୟ ସହାୟକ ହେବ। ସଚିବ ଶ୍ରୀ ରାଉତ କହିଥିଲେ ଯେ, ଆଜିର ଉତ୍ସବରେ କେବଳ ନିମନ୍ତ୍ରିତ କବିମାନଙ୍କୁ ମଞ୍ଚାସୀନ କରି ଏକାଡେମୀ ଯେଉଁ ବାଣୀପୂଜାର ନିଆରା ଉଦାହରଣ ସୃଷ୍ଟି କରିଛି,ଏକାଡେମୀ ଇତିହାସରେ ଏହା ଅଭିନବ ଉଦ୍ୟମ। ଉପସଭାପତି ଡକ୍ଟର ଜେନା ସମାପନୀ ବକ୍ତବ୍ୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅଙ୍ଗନବାଡ଼ି କର୍ମୀ ଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଆସନ୍ତା ୩ରେ ରାଉରକେଲା ଦିବସ

Sunil Chandra Nayak

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

masiha

Leave a Comment

error: Content is protected !!